ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ମନ୍ତ୍ରୀ ଓ ବିଧାୟକମାନଙ୍କ କରୋନା ଟେଷ୍ଟ ଆରମ୍ଭ

ଭୁବନେଶ୍ବର: ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ଏଥିଲାଗି ଆଜିଠାରୁ ମନ୍ତ୍ରୀ, ବିଧାୟକ, ମନ୍ତ୍ରୀଙ୍କ କର୍ମଚାରୀ ଓ ବିଧାନସଭା କର୍ମଚାରୀମାନଙ୍କ କରୋନା ଟେଷ୍ଟ ଆରମ୍ଭ ହୋଇଛି। ଏହା ଏବେ ବି ଜାରି ରହିଛି । ଏଥିଲାଗି ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରଥମେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ କରୋନା ପରୀକ୍ଷା କରାଯାଇଛି ।  ଏହି ଟେଷ୍ଟ ୩ ଦିନ ଧରି ଚାଲିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ଅଧିବେଶନରେ ବସିବାକୁ ସୁଯୋଗ ଦିଆଯିବ ।

ଗତ ଅଧିବେଶନ ଭଳି ଏଥର ମଧ୍ୟ କରୋନା କଟକଣା ମଧ୍ୟରେ ବିଧାନସଭା ଶୀତ ଅଧିବେଶନ ହେଉଛି । ଏହି ଅଧିବେଶନ ପାଇଁ ବିଧାନସଭା ପରିସରକୁ ଦିନକୁ ଦୁଇଥର ବିଶୋଧନ କରାଯିବ। ଶୀତ ଅଧିବେଶନରେ ଯୋଗ ଦେବା ପୂର୍ବରୁ ଏଭଳି ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।

 

ସମ୍ବନ୍ଧିତ ଖବର