ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌: କମିସନରେଟ୍‌ ପୁଲିସ୍‌କୁ ହରାଇଲା ଗଣମାଧ୍ୟମ ଏକାଦଶ

କଟକ: ବାରବାଟୀ ଷ୍ଟାଡିୟମ୍‌ଠାରେ କମିସନରେଟ୍‌ ପୁଲିସ୍‌ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି। ଏହି ରୋମାଞ୍ଚକର ମ୍ୟାଚ୍‌ରେ ପୁଲିସ୍‌କୁ ମାତ୍ର ୧ରନ୍‌ରେ ଗଣମାଧ୍ୟମ ଏକାଦଶ ପରାସ୍ତ କରି ବିଜେତା ହୋଇଥିଲା। ଟସ୍‌ ଜିତି ଗଣମାଧ୍ୟମ ଏକାଦଶ ବ୍ୟାଟି˚ କରିଥିଲା ବେଳେ ୧୮ ଓଭର୍‌ରେ ସମସ୍ତ ଵିକେଟ ହରାଇ ୭୪ ରନ୍‌ ସ˚ଗ୍ରହ କରିଥିଲା। ଦଳ ପକ୍ଷରୁ ଅଜୟ ଦାସ ସର୍ବାଧିକ ୩୩, ଦେବାଶିଷ ମହାନ୍ତି ୧୪ ରନ୍‌ ସ˚ଗ୍ରହ କରିଥିଲା ବେଳେ ପୁଲିସ୍‌ ପକ୍ଷରୁ ଦେବେନ୍ଦ୍ର ଜାଲି ଓ ଫିରୋଜ କୁମାର ପ୍ରଧାନ ପ୍ରତ୍ୟେକ ୩ ଵିକେଟ ଲେଖାଏ ନେଇଥିଲେ। ଅନିରୁଦ୍ଧ ସାହୁ ୨, ମନୋଜ ବିଲୁଙ୍ଗ ଓ ସୌମ୍ୟର˚ଜନ ସୁନ୍ଦରାଏ ୧ ଵିକେଟ ଲେଖାଏ ଅକ୍ତିଆର କରିଥିଲେ।

ତେବେ ୭୫ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଡିସିପି ପ୍ରତୀକ ସି˚ହଙ୍କ ନେତୃତ୍ବାଧୀନ କମିସନରେଟ୍‌ ପୁଲିସ୍‌ ୧୭.୨ ଓଭରରେ ୭୩ ରନ୍‌ କରିଥିଲା ବେଳେ ସମସ୍ତ ଵିକେଟର ପତନ ଘଟିଥିଲା। ବିଷ୍ଣୁ ମିଶ୍ର ସର୍ବାଧିକ ୨୩ ଓ ଅନିରୁଦ୍ଧ ସାହୁ ୧୨ ରନ୍‌ ସ˚ଗ୍ରହ କରିଥିଲା ବେଳେ ବିଜୟୀ ଦଳ ପାଇଁ ସୌଭାଗ୍ୟ ରଥ ୪ ଓଭରରେ ୬ ରନ୍‌ ଦେଇ ୫ଵିକେଟ୍‌ ଅକ୍ତିଆର କରିଥିଲେ। ତାଙ୍କ ବ୍ୟତୀତ ସୁକେଶ ବେହେରା ୨, ଜୟନ୍ତ ଦାସ ୨, ପ୍ରଭୁକଲ୍ୟାଣ ୧ ଵିକେଟ୍‌ ନେଇ ଦଳକୁ ଜିତାଇଥିଲେ। ଶେଷରେ ହୋଇଥିବା ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପୁଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ-ବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ୫ ଵିକେଟ୍‌ ସଫଳତା ପାଇଥିବା ସୌଭାଗ୍ୟଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଓ ଶ୍ରେଷ୍ଠ ବୋଲର୍‌ ଭାବେ ପୁରସ୍କାର ଦିଆଯାଇଥିଲା। ସେହିପରି ସର୍ବାଧିକ ରନ୍‌ କରିଥିବା ଅଜୟ ଦାସଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ପରସ୍କୃତ କରାଯାଇଥିଲା। ଏହି ମ୍ୟାଚ୍‌କୁ ତପନ କୁମାର ବେହେରା, ବିଭୁ ଚୌଧୁରୀ, ଜିତେନ୍ଦ୍ର କୁମାର ସେନାପତି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର