ଭୁବନେଶ୍ବର: ଆସନ୍ତାକାଲି ଦୀପାବଳି। ଏହି ଅବସରରେ ଯାତ୍ରୀମାନଙ୍କ ସୁବିଧା ପାଇଁ କ୍ୟାପିଟାଲ ରିଜିୟନ ଅରବାନ ଟ୍ରାନ୍ସପୋର୍ଟ(କ୍ରୁଟ)ପକ୍ଷରୁ ସିଟିବସ ଚଳାଚଳ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବରର ବିଭିନ୍ନ ରୁଟ୍ ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଯାତ୍ରୀମାନେ ଏହି ସମୟରେ ସିଟି ବସରେ ଯାତ୍ରା କରିପାରିବେ। ରୁଟ୍-୧୧ରେ ଥିବା ନନ୍ଦନବିହାରରୁ(୭.୧୫, ୮.୧୦, ୯.୦୫, ୯.୩୫, ୧୦.୩୦,୧୧.୩୦)ରେ ଲିଙ୍ଗିପୁରକୁ ବସ ଚଳାଚଳ କରିବାକୁ ଥିବା ବେଳେ ଲିଙ୍ଗିପୁରରୁ(୮.୦୦,୯.୦୦, ୧୦.୦୦, ୧୧.୦୦, ୧୧.୩୦)ରେ ନନ୍ଦନବିହାରକୁ ବସ ଚଳାଚଳ କରିବ।
/sambad/media/post_attachments/wp-content/uploads/2020/11/t-157.jpg)
ସେହିଭଳି ରୁଟ୍-୧୨ରେ ଥିବା ମାଷ୍ଟରକ୍ୟାଣ୍ଟିନରୁ (୭.୪୦,୮.୨୦,୯.୦୦,୯.୪୦,୧୦.୨୦,୧୧.୦୦)ରେ ନନ୍ଦନକାନନକୁ ବସ ଚଳାଚଳ କରିବାକୁ ଥିବା ବେଳେ ନନ୍ଦନକାନନରୁ(୭.୪୦, ୮.୨୦,୮.୫୦,୯.୩୦,୧୦.୧୦, ୧୦.୫୦,୧୧.୩୦)ରେ ବସ ଚଳାଚଳ କରିବ।
/sambad/media/post_attachments/wp-content/uploads/2020/11/t-156.jpg)
ରୁଟ୍-୫୦ରେ ଥିବା ମାଷ୍ଟରକ୍ୟାଣ୍ଟିନରୁ(୬.୩୦,୭.୨୦,୮୩୦)ରେ ପୁରୀ ବସଷ୍ଟାଣ୍ଡକୁ ବସ ଚଳାଚଳ କରିବାକୁ ଥିବା ବେଳେ ପୁରୀ ବସ ଷ୍ଟାଣ୍ଡରୁ(୮.୨୦,୯.୧୦,୧୦.୩୫)ରେ ମାଷ୍ଟରକ୍ୟାଣ୍ଟିନକୁ ବସ ଚଳାଚଳ କରିବ। କ୍ରୁଟ ପକ୍ଷରୁ ଦିଆଯାଇଥିବା ସମୟ ଅନୁସାରେ ଯାତ୍ରୀମାନେ ସହଜରେ ବସରେ ନିଜର ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ। ଏ ନେଇ କ୍ରୁଟ ପକ୍ଷରୁ ଏକ ସମୟ ବିବରଣୀ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-159.jpg)