କଟକ: ମାରାଥନ୍‌ ଦୌଡ଼ର ଅନ୍ୟତମ କିମ୍ବଦନ୍ତୀ ରୋନାଲ୍‌ଡ ରୁକ୍‌ କହିଥିଲେ, ‘ମୁଁ ମୋ ଜୀବନରେ ଦିନ ଯୋଡିବାକୁ ଦୌଡ଼େ ନାହିଁ, ମୁଁ ମୋ ଦିନରେ ଜୀବନ ଯୋଡିବାକୁ ଦୌଡିଥାଏ’। କୋଲକାତା ପରି ଅନେକ ସହର ଏବଂ ପଡ଼ୋଶୀ ସହରରୁ ଆସିଥିବା ୨୫୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ କଟକ ରନର୍ସ ଏବଂ କଟକ ରାଉଣ୍ଡ ଟେବୁଲ ୧୩୭ ଦ୍ୱାରା ଆୟୋଜିତ ‘ରନ୍‌ କଟକ ରନ୍‌’ର ପ୍ରଥମ ସଂସ୍କରଣରେ ଚମତ୍କାର ସମୟ ଅତିବାହିତ କରି  ଅଂଶଗ୍ରହଣକାରୀମାନେ ଏହି ସତ୍ୟକୁ ହୃଦୟଙ୍ଗମ କରିଛନ୍ତି।

Advertisment

କଟକ ରାଉଣ୍ଡ ଟେବୁଲ ୧୩୭ ଆରମ୍ଭରୁ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟରେ ସକ୍ରିୟ ଭାବରେ ଜଡିତ ଅଛି ଏବଂ ଜିଲ୍ଲାର ୫ରୁ ଅଧିକ ବିଦ୍ୟାଳୟରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ କରୁଛି। ଏହା ସହିତ ନିୟମିତ ଭାବରେ ସହରରେ ଅନେକ ଗୋଷ୍ଠୀ ସେବା ପ୍ରକଳ୍ପ ମଧ୍ୟ କରାଯାଇଛି। ବର୍ତ୍ତମାନ ଏସବୁ ଗୋଷ୍ଠୀ ଉନ୍ନୟନ ନିର୍ମାଣ କାର୍ଯ୍ୟକଳାପ ସହ ଏ ପ୍ରକାରର କାର୍ଯ୍ୟକ୍ରମକୁ ମଧ୍ୟ ଯୋଡ଼ା ଯାଇଛି।

publive-image

କଟକ ରନର୍ସର ପ୍ରତିଷ୍ଠାତା ତଥା ଅଲଟ୍ରା ମାରାଥନର୍‌ କ୍ୟାପଟେନ୍‌ ଅବିନାଶ ଚିମାଙ୍କା କହନ୍ତି ଯେ ଦୌଡିବା କେବଳ ଏକ ବ୍ୟାୟାମ ନୁହେଁ; ଏହା ମନୋରଞ୍ଜନକାରୀ, ଆନନ୍ଦଦାୟକ ଏବଂ ଆହୁରି ବହୁତ କିଛି ହୋଇପାରେ। କେବଳ ଏକ ଶାରୀରିକ କାର୍ଯ୍ୟକଳାପ ଠାରୁ ଏହା ବହୁ ଅଧିକ। ସେଥିପାଇଁ ଏହି କାର୍ଯ୍ୟକ୍ରମକୁ ଏପରି ଢ଼ଙ୍ଗରେ ଆୟୋଜିତ କରା ଯାଇଥିଲା ଯେ ସମସ୍ତେ ଯେପରି ଏଥିରେ ଅଂଶଗ୍ରହଣ କରିପାରିବେ। ୩ କିଲୋମିଟରରୁ ୫ କିଲୋମିଟର ଏବଂ ୧୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କିଛି ଅନନ୍ୟ ଥିଲା। ଅଂଶଗ୍ରହଣକାରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଆମ୍ରି ହସ୍ପିଟାଲକୁ ‘ରନ୍‌ କଟକ ରନ୍‌’ ସହିତ ଯୋଡ଼ା ଯାଇଥିଲା। ଏହି ଦୌଡ଼ରେ ଅନ୍ୟତମ ଆକର୍ଷଣୀୟ ଅଂଶଗ୍ରହଣକାରୀ ଥିଲେ, ୭୧ ବର୍ଷବୟସ୍କ ଅବସରପ୍ରାପ୍ତ ଗ୍ରୁପ୍‌ କ୍ୟାପଟେନ୍‌ ଭବାନୀ ଶଙ୍କର ଦାଶ।

publive-image

ଓଡ଼ିଶା ବର୍ତ୍ତମାନ ନିଜକୁ ଦେଶର କ୍ରୀଡା ରାଜଧାନୀ ଭାବରେ ପ୍ରୋଜେକ୍ଟ କରୁଛି ଏବଂ କ୍ରୀଡା ଭିତ୍ତିଭୂମିିରେ ମଧ୍ୟ ବହୁତ କିଛି ଉନ୍ନତ କରିଛି। ଏ ପରିସ୍ଥିତିରେ ଅବିନାଶ ଏବଂ କଟକ ରନର୍ସ ଦେଶର ଅନ୍ୟ ପ୍ରମୁଖ ସହର ପରି ଏକ ହାଫ୍‌ ମାରାଥନ୍‌ ଆୟୋଜନ କରିବାରେ ନିଜର ପାରଦର୍ଶିତା ରଖିବା ପୂର୍ବରୁ ଅନ୍ୟ ସହର ଏବଂ ରାଜ୍ୟରେ ଏହିପରି ଅଧିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା ରଖିଛି। ଅଭିପ୍ରାୟ ହେଉଛି କେବଳ ଫିଟନେସ୍‌ ନୁହେଁ, ବରଂ ସୁସ୍ଥତା ଏବଂ ମନୋରଞ୍ଜନ ସହ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ଉନ୍ନତ ଜୀବନଶୈଳୀ ଆପଣେଇବାକୁ ପ୍ରୋତ୍ସାହିତ କରିବା।