ଜୟପୁର: କୁଖ୍ୟାତ ଡାକୁ ଜଗନ ଗୁର୍ଜର ଓ ତାର ସହଯୋଗୀ ଧୋଲପୁର ଓ କରୌଲି ଜିଲ୍ଲାର ବିଭିନ୍ନ ଗାଆଁରେ ଲୋକମାନଙ୍କ ଉପସ୍ଥିତରେ ଗୁଳି ଚଳାଇଥିଲେ। ଏହା ପରେ ସେମାନେ ଗାଆଁରେ ଥିବା ବ୍ୟବସାୟୀ,ମହିଳା ଓ ଶିଶୁମାନଙ୍କୁ ପିଟିଥିଲେ । ତା ପରେ ମହିଳାମାନଙ୍କୁ ଉଲଗ୍ନ କରି ଗାଆଁ ରାସ୍ତାରେ ଚଲାଇଥିଲେ। ଏହି ଘଟଣା ବଜାରରେ ଲାଗିଥିବା ସିସିଟିଭି କ୍ୟାମେରାରେ ସୁଟିଂ ହୋଇଥିଲା। ଡାକୁମାନେ ଚାଲିଯିବା ପରେ ଆହତ ମହିଳାମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ସଂପର୍କରେ ଡାଙ୍ଗ ବସଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

Advertisment

publive-image photo-amarujala

ମିଳିଥିବା ସୂଚନା ଅନୁଯାୟୀ ଡାକୁ ଜଗନ ଓ ତା’ର ସହଯୋଗୀମାନେ ବାଡିସ୍ଥିତ ସରକାରୀ ଡାକ୍ତରଖାନା ସାମ୍ନାରେ ଥିବା ବଜାରରେ ଦୋକାନୀମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ ଓ ସେଠାରେ ଭଙ୍ଗାରୁଜା କରିଥିଲେ। ଡାକୁମାନେ ତିନିଟି ଏସୟୁଭିରେ ଗାଆଁକୁ ଆସିଥିଲେ। ସେମାନେ ଗାଆଁରେ ଥିବା ମହିଳା ଓ ଶିଶୁମାନଙ୍କୁ ନିର୍ଦ୍ଦୟ ଭାବେ ପିଟି ମହିଳାମାନଙ୍କୁ ଉଲଗ୍ନ କରି ଗଳିରେ ବୁଲାଇଥିଲେ। ଠିକ୍‌ ସେହିପରି କରୌଲି ଜିଲ୍ଲାର ମାସଲପୁର ଅଞ୍ଚଳର ମଧ୍ୟ କେତେକ ମହିଳାଙ୍କୁ ମାଡ଼ ମାରିଥିବାର ଅଭିଯୋଗ ହୋଇଛି।