ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ବସ୍ତା ଥାନା ଅର୍ନ୍ତଗତ ବସ୍ତା-ବାଲିଆପାଳ ମୁଖ୍ୟ ରାସ୍ତାରୁ ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି | ପେଜଗଳା ସେତୁ ପାର୍ଶ୍ଵରୁ ଏକ କାଗଜ ଖୋଳ ଭିତରୁ ନବଜାତ ଶିଶୁ ପୁତ୍ରର ମୃତ ଦେହ ଉଦ୍ଧାର କରିଛି ବସ୍ତା ପୁଲିସ | ପ୍ରାଥମିକ ତଦନ୍ତରୁ ଶିଶୁଟିର ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି | ତେବେ ଏହି ଶିଶୁଟି ଏଠାକୁ କିପରି ଆସିଲା ତା’ର ତଦନ୍ତ କରୁଛି ପୁଲିସ |
ବସ୍ତା-ବାଲିଆପାଳ ମୁଖ୍ୟ ରାସ୍ତାରୁ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2020/10/t-142.jpg)