ଯାଜପୁର: ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ଆଙ୍କୁଲା ନୂଆ ନଦୀବନ୍ଧ ନିକଟରୁ ପରିତ୍ୟକ୍ତ ଅବସ୍ଥାରେ ଏକ ନବଜାତ ଶିଶୁ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଆଜି ସକାଳୁ ଆଙ୍କୁଲାର କିଛି ଲୋକ ଶୌଚ ହେବାକୁ ଯାଇଥିବା ସମୟରେ ନଦୀ ବନ୍ଧ କଡ଼ରେ ଏକ ବ୍ୟାଗ ପଡ଼ିଥିବାର ଦେଖିଥିଲେ। ପାଖକୁ ଯିବା ପରେ ବ୍ୟାଗ ଭିତରେ ଏକ ଲୁଗା ଭର୍ତ୍ତି ହୋଇଥିବା ଦେଖି ଭିତରେ କ’ଣ ଅଛି ବୋଲି ଜାଣିବା ପାଇଁ ଲୁଗାକୁ ବାହାରକୁ କାଢ଼ିଥିଲେ। ଲୁଗା କାଢ଼ିବା ପରେ ଭିତରେ ଏକ ନବଜାତର ମୃତଦେହ ଥିବା ଦେଖିଥିଲେ ଲୋକେ।
ତେବେ କିଏ ଏବଂ କାହିଁକି ଏଠାରେ ଶିଶୁ ଏଭଳି ଫିଙ୍ଗିଛି ତାହା ଏବେ ସ୍ପଷ୍ଟ ହୋଇନାହିଁ । ନବଜାତଟି ଶିଶୁ କନ୍ୟା କି ଶିଶୁ ପୁତ୍ର ତାହା ଜଣା ପଡ଼ି ନ ଥିବା ବେଳେ ତାର ମୃତ୍ୟୁ ହୋଇ ଯାଇଛି। ଉକ୍ତ ସ୍ଥାନରେ ଚାଇଲଡ ଲାଇନର ସଦସ୍ୟ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/t-19.jpg)