ରେଳ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର, ପ୍ରେମସଂପର୍କରୁ ହତ୍ୟା ଅଭିଯୋଗ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ପମ୍ପୁ ତଲାବ ପାଖ ରେଳ ଲାଇନରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଯୁବକ ଜଣକ ହେଲେ କଣ୍ଟାବାଞ୍ଜି ରାମନଗର ପଡ଼ାର ଆନନ୍ଦ ତାଣ୍ଡି । ଜିଆରପି ପୁଲିସ ଓ ଟାଉନ ପୁଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ତାଙ୍କୁ ହତ୍ୟାକରି ରେଳ ଲାଇନରେ ଫିଙ୍ଗି ଦିଆଯାଇଛି ବୋଲି ମୃତକଙ୍କ ସାନ ଭାଇ ଅଭିଯୋଗ କରିଛନ୍ତି। ଆନନ୍ଦ ବିବାହିତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇ ଯାଇଛି । ପାଖ ଗାଁର ଜଣେ ଝିଅ ସହ ଆନନ୍ଦଙ୍କର ପ୍ରେମ ସମ୍ପର୍କ ଥିଲା । ଝିଅ ଓ ଆନନ୍ଦଙ୍କର ପରିବାର ଲୋକ ପ୍ରେମ ସମ୍ପର୍କ ବିଷୟରେ ଅବଗତ ଥିଲେ ।

ତେବେ ଘଟଣା ଘଟିବା ଦିନ ଆନନ୍ଦ ଘର ଲୋକଙ୍କୁ ଫୋନ କରି ସେହି ଝିଅ ସହ ଥିବା କହିଥିଲେ । ସେହି ରାତିରେ ଏହି ଘଟଣା ଘଟିଛି । ଝିଅର ପରିବାର ଲୋକେ ଆନନ୍ଦଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବା ପାଇଁ ରେଳ ଲାଇନ ଉପରେ ଫିଙ୍ଗି ଦେଇଥିବା ଆନନ୍ଦଙ୍କ ଭାଇ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର