ନୂଆଦିଲ୍ଲୀ: ଦିଲ୍ଲୀ ଜଲ ବୋର୍ଡ(ଡିଜେବି) କାର୍ଯ୍ୟାଳୟରେ ପଶି ବିଜେପିର ଗୁଣ୍ଡାମାନେ ଭଙ୍ଗାରୁଜା କରିଛନ୍ତି ବୋଲି ଅଭିଯୋଗ ଆଣିଲା ଆମ୍ ଆଦମୀ ପାର୍ଟି(ଆପ୍)। ଏହି ସମୟର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରାୟ ୧୦୦ ଜଣ ଲୋକ ମିଶି ଜାନ୍ଦୱାଲାନରେ ଅବସ୍ଥିତ ଡିଜେବି କାର୍ଯ୍ୟାଳୟରେ ପଶି କାର୍ଯ୍ୟାଳୟରେ ଭଙ୍ଗା ରୁଜା କରୁଛନ୍ତି। ପୁଲିସ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଶେଷରେ ଆକ୍ରମଣକାରୀ କାଚ କବାଟ ଭାଙ୍ଗି ଭିତରେ ପ୍ରବେଶ କରୁଥିବାର ଦୃଶ୍ୟ ଭିଡିଓରେ କଏଦ ହୋଇଛି।
BJP goons have attacked the @DelhiJalBoard headquarters. My entire office has been vandalized. Staff has been threatened. pic.twitter.com/iEwhaGBYRB
— Raghav Chadha (@raghav_chadha) December 24, 2020
ସୋସିଅାଲ୍ ମିଡିଆରେ ଅନ୍ୟ ଏକ ଭିଡିଓ ସେୟାର୍ କରିଛନ୍ତି ଆପ୍ ବିଧାୟକ ଏବଂ ଦିଲ୍ଲୀ ଜଲ ବୋର୍ଡର ଉପାଧ୍ୟକ୍ଷ ରାଘବ ଚଢ଼ା। ସେ ଭିଡିଓ ସେୟାର କରି ଗୁଣ୍ଡାମାନଙ୍କ ଦ୍ବାରା ଡିଜେବି କାର୍ଯ୍ୟାଳୟରେ କ’ଣ ସବୁ କ୍ଷୟ କ୍ଷତି ହୋଇଛି ତାହା ଦେଖାଇଛନ୍ତି। ରାଘବ ଚଢ଼ା ଭିଡିଓ ସେୟାର କରିବା ସହ ଘଟଣା ପାଇଁ ବିଜେପିକୁ ଦାୟୀ କରି ଏହା ବିଜେପି ଗୁଣ୍ଡାମାନଙ୍କ କାମ ବୋଲି କହି ଅଭିଯୋଗ ଆଣିଛନ୍ତି।