ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ବେଳେ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଶଯ୍ୟାର ଅଭାବ ଥିବା ଦେଖିବାକୁ ମିଳୁଛି | ପୂର୍ବରୁ ଶଯ୍ୟାର ଅଭାବ ପାଇଁ ଅନେକ ଡାକ୍ତରଖାନା ରୋଗୀଙ୍କୁ ଭର୍ତ୍ତି କରୁ ନଥିବାର ଖବର ସାମ୍ନାକୁ ଆସିଥିବା ବେଳେ ଦିଲ୍ଲୀରେ ଜଣେ ୮୦ବର୍ଷର ବୃଦ୍ଧଙ୍କ ସହ କିଛି ସେଭଳି ଘଟିଥିବା ଖବର ସାମ୍ନାକୁ ଆସିଛି | କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ବୃଦ୍ଧଜଣକ ଚିକିତ୍ସା ପାଇଁ ଗୋଟିଏ ପରେ ଗୋଟିଏ ଡାକ୍ତରଖାନା ବୁଲିଥିଲେ ମଧ୍ୟ ତାଙ୍କୁ କୌଣସି ଡାକ୍ତରଖାନାରେ ଭର୍ତ୍ତି କରାଯାଇନଥିଲା | ଏହାର ବିରୋଧ କରି ସେ ନ୍ୟାୟ ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ | ହେଲେ ନ୍ୟାୟ ପାଇବା ପୂର୍ବରୁ ଏବେ ତାଙ୍କ ପ୍ରାଣବାୟୁ ଉଡିଯାଇଥିବା ସୂଚନା ମିଳିଛି  |

Advertisment

ସେ କରିଥିବା ଆବେଦନ ଅନୁଯାୟୀ, ମେ ୨୫ରେ ହଠାତ ଅସୁସ୍ଥ ହେବା ପରେ ତାଙ୍କୁ ପୂର୍ବ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। କର୍ମଚାରୀଙ୍କ ଅବହେଳା ହେତୁ ସେ ସେଠାରେ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିଲେ | ତାଙ୍କୁ ଭେଣ୍ଟିଲେଟରରେ ରଖିବା ପରେ ଡାକ୍ତରଖାନା ପକ୍ଷରୁ ତ‌ାଙ୍କ ପୁଅ ଅନୀଲକୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ବାଧ୍ୟ କରିବା ସହ ଏ ଡାକ୍ତରଖାନା କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନୁହେଁ ବୋଲି କହିଥିଲା | ପୂର୍ବ ଦିଲ୍ଲୀର ଡାକ୍ତରଖାନାରୁ ଆସିବା ପରେ ଦିଲ୍ଲୀର ଏମ୍ସ, ମ୍ୟାକ୍ସ ହସ୍ପିଟାଲ୍, ସାର୍ ଗଙ୍ଗା ରାମ ହସ୍ପିଟାଲ୍, ରାଜୀବ ଗାନ୍ଧୀ ହସ୍ପିଟାଲ୍ ବୃଦ୍ଧଙ୍କ ଚିକିତ୍ସା କରିବା ପାଇଁ ମନା କରିଦେଇଥିଲା।

Delhi Senior, Allegedly Denied COVID-19 Care, Dies Before Court Hearing ndtv

ଅନ୍ୟ ବାଟ ନ ପାଇ ବୁଧବାର ଦିନ ପରିବାର ଦିଲ୍ଲୀ ହାଇକୋର୍ଟଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିବାକୁ ନିଷ୍ପତ୍ତି ନେଇ ଏକ ସରକାରୀ ଡାକ୍ତରଖାନାରେ ଭେଣ୍ଟିଲେଟର ସହାୟତା ସହିତ ବିଛଣା ମାଗିଥିଲେ ଏବଂ ବିପିଏଲ (ଦାରିଦ୍ର୍ୟ ତଳେ) କାର୍ଡ ଥିବା ପରିବାରକୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉ ବୋଲି କହିଥିଲେ। ତେବେ ମାମଲାର ଶୁଣାଣି ହେବା ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।