ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିବସ ଅବସରରେ ଅକ୍ଟୋବର ୩୧ରେ ପାଳନ କରାଯାଉଥିବା ଜାତୀୟ ଏକତା ଦିବସ ଅବସରରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ହେଉଥିବା ଏକତା ଦୌଡର ନେତୃତ୍ୱ ନେବେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯୋଗେଶ ସିଂହଙ୍କ ସହ କୁଳସଚିବ, ଅଧ୍ୟକ୍ଷ, ଶିକ୍ଷକଶିକ୍ଷୟିତ୍ରୀ, ବରିଷ୍ଠ ଅଧିକାରୀ, ପ୍ରଶାସନିକ କର୍ମଚାରୀ, କେନ୍ଦ୍ରୀୟ ବିଦ୍ୟାଳୟ, ସିବିଏସ୍ଏଇ ସ୍କୁଲ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏହି ଦୌଡରେ ଭାଗ ନେବେ।
ସମାରୋହ ଅବସରରେ ଭାଇସ ରିଗାଲ ଲଜ ନିକଟସ୍ଥ ଗାନ୍ଧୀ ମୂର୍ତ୍ତିଠାରେ ଜାତୀୟ ଏକତା ଦିବସ ଶପଥ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଭିଭାଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦେଶର ଅନ୍ୟତମ ବରପୁତ୍ରଙ୍କୁ ସ୍ମରଣ କରିବା ସହ ତାଙ୍କ ଜୀବନରୁ କିଛି ଶିଖିବା ପାଇଁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନ ସହ ଜଡିତ କିଛି ସ୍ୱତନ୍ତ୍ର ସାମଗ୍ରୀ ଜବାହର ପାର୍କ, ଭାଇସ ରିଗାଲ ଲଜଠାରେ ପ୍ରଦର୍ଶିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Dharmendra-Pradhan-696x392-1.jpg)