ମଧୁମେହ ରୋଗରେ ପୀଡ଼ିତ ଏହା ସେବନ କରିବା ଅନୁଚିତ , କାରଣ ଜାଣନ୍ତୁ 

ଆଜିକାଲି ମଧୁମେହ ଏକ ବହୁ ପ୍ରଚଳିତ ରୋଗରେ ପରିଣତ ହୋଇଯାଇଛି।  ସାଧାରଣତଃ ଯେଉଁମାନେ ମଧୁମେହ ରୋଗରେ ପୀଡ଼ିତ ସେମାନେ  ଚିନି ଖାଆନ୍ତି ନାହିଁ। କେତକ ଆଦୌ ଚିନି ନ ଖାଇ ତାହାର  ବଦଳରେ  କୃତ୍ରିମ  ଶର୍କରା  ସେବନ କରିଥାଆନ୍ତି ।   ଏହା ସେମାନଙ୍କ ପାଇଁ ଲାଭପ୍ରଦ  ବୋଲି କୁହାଯାଇଥାଏ ।

ମାତ୍ର ନିକଟରେ  କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛିଯେ  କୃତ୍ରିମ  ଶର୍କରା ସେବନ କଲେ  କେବଳ  ମଧୁମେହର ଆଶଙ୍କା  ଅଧିକ   ବଢ଼ିଯାଏ, ତାହା ନୁହେଁ ବରଂ ଶରୀରର ଓଜନ ମଧ୍ୟ ବୃଦ୍ଧି ପାଇଥାଏ । ଏପରିକି  ହୃଦ୍‌ଘାତ ହେବାର  ବିପଦକୁ  ମଧ୍ୟ  ବଢାଇଥାଏ ।  ଖାଲି ସେତିକି ନୁହେଁ  ଏହି  କୃତ୍ରିମ  ଶର୍କରା  ସେବନ ଯୋଗୁଁ ଦାନ୍ତ ପୋକ   ଖାଇଥାଏ ବା ଦନ୍ତକ୍ଷୟର  ଆଶଙ୍କା  ବି ବୃଦ୍ଧି ପାଇଥାଏ ।

photo-triathlete.com

ଏଭଳି ତଥ୍ୟ  ସ୍ୱାସ୍ଥ୍ୟ  ପତ୍ରିକା ‘ କରେଣ୍ଟ୍‌  ବାୟୋଲୋଜି’ରେ ପ୍ରକାଶିତ ହୋଇଛି । ଏଥିରେ ଶର୍କରା  କିପରି  କ୍ୟାଲୋରି ବଢ଼ାଇବାରେ ସହାୟକ ହୋଇଥାଏ  ଓ  ମସ୍ତିଷ୍କ ଉପରେ  ଏହାର ପ୍ରଭାବ  ଉପରେ କରାଯାଇଥିବା  ଏକ ଗବେଷଣାତ୍ମକ ପ୍ରବନ୍ଧ ସ୍ଥାନ ପାଇଛି, ସେଥିରେ ଉପରୋକ୍ତ ତଥ୍ୟର ପ୍ରମାଣ ଦିଆଯାଇଛି ।

ୟେଲ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌  ଡାନା ସ୍ମଲ୍‌ କହିଛନ୍ତି ଆମ  ଶରୀର ପ୍ରାକୃତିକ ଶର୍କରା ଗ୍ରହଣ କଲେ ଯେଉଁ ଭଳି ମସ୍ତିଷ୍କ ସୁସ୍ଥ  ରହେ, ସେଭଳି କୃତ୍ରିମ ଶର୍କରା ସେବନ କଲେ ରହେ ନାହିଁ । ଏଣୁ କୃତ୍ରିମ  ଶର୍କରା ଘାତକ ହୋଇପାରେ ବୋଲି ସେ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର