ମୁମ୍ବାଇ: ଏବେ ଅନେକ ଦିନପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ ସୁପରଷ୍ଟାର୍ ଅକ୍ଷୟ କୁମାରଙ୍କ ଶାଶୁ ତଥା ଜଣାଶୁଣା ଅଭିନେତ୍ରୀ ଡିଂପଲ କାପାଡିଆ ।ଜାଣନ୍ତୁ କାହିଁକି ! ମୁମ୍ବାଇରେ ପ୍ରଖ୍ୟାତ ଫ୍ୟାସନ୍ ଡିଜାଇନର ସନ୍ଦୀପ ଖୋସ୍ଲାଙ୍କ ଝିଆରି ସୌଦାମିନୀ ମଟ୍ଟୁଙ୍କର ବାହାଘର ରିସେପନ୍ ପାର୍ଟିରେ ଅନେକ ବଲିଉଡ ସେଲିବ୍ରିଟି ଯୋଗ ଦେଇଥିଲେ।
ଏହି ପାର୍ଟିରେ ବିଗ ବି ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ସାରା ଅଲ୍ଲୀ ଖାନ୍, କରଣ ଜୋହର, ସୋନମ୍ କପୁର, ରୀୟା କପୁର, ସଂଜୟ କପୁର, ସୋନାଲି ବେନ୍ଦ୍ରେ, ନୀତୁ ସିଂହ, ଟ୍ଵିଙ୍କଲ ଖାନ୍ନା ଓ ଡିଂପଲ କାପାଡିଆଙ୍କ ଭଳି ସେଲିବ୍ରିଟି ଯୋଗ ଦେଇଥିଲେ।
ହେଲେ ଏହି ପାର୍ଟିରେ ସବୁଠୁଁ ଅଧିକ ଆକର୍ଷଣୀୟ ଲାଗୁଥିଲେ ଡିଂପଲ କାପାଡିଆ। ସତୁରି ଓ ଅଶି ଦଶକର ଏହି ଲୋକପ୍ରିୟ ନାୟିକା ପାର୍ଟରେ ସମସ୍ତଙ୍କ ସହିତ ଗପସପ କରୁଥିବାବେଳେ ହଠାତ୍ ସେଠାରେ ବାଜି ଉଠିଥିଲା ଏହି ଗୀତ। ଏହା ହେଲା ଡିଂପଲଙ୍କ ସ୍ୱାମୀ ତଥା ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ସୁପରହିଟ୍ ଫିଲ୍ମ ‘ଆପ୍କି କସମ୍’ ର ଜୟ ଜୟ ଶିବ ଶଙ୍କର୍, କାଣ୍ଟା ଲାଗେ ନା କଙ୍କର...।
/sambad/media/post_attachments/wp-content/uploads/2018/04/dimple-twinkle.jpg)
ଏହି ଗୀତ ଶୁଣିବା ମାତ୍ରେ ନିଜକୁ ଆଉ ରୋକି ପାରିଲେନି ଡିଂପଲ କାପାଡ଼ିଆ। ତା’ପରେ ସେ ସେହି ଗୀତରେ ତାଳେ ତାଳେ ନାଚିବାରେ ଲାଗିଲେ। ଏହି ଡ୍ୟାନ୍ସକୁ ବି ସେଠାରେ ଉପସ୍ଥିତ ଥିବା ସେଲିବ୍ରିଟିମାନେ ଏନ୍ଜୟ କରିଥିଲେ। ଡିଂପଲ ଅନେକ ଦିନପରେ ଏକ ପାର୍ଟିରେ ଡ୍ୟାନ୍ସ କରିଥିଲେ।