ଯେତେବେଳେ ଏକ ତାମିଲ୍ ଏବଂ ତେଲୁଗୁ ଭାଷାରେ ନିର୍ମିତ ସିନେମା‘ସଂଘମିତ୍ରା’ରେ ଅଭିନେତ୍ରୀ ଶ୍ରୁତି ହାସନ୍ ଲିଡ ରୋଲ୍ କରିବେ ବୋଲି ଜଣାଗଲା ସେତେବେଳେ ତାହା ଚର୍ଚ୍ଚାର ବିଷୟ ହୋଇଥିଲା। ପୁଣି ଯେତେବେଳେ ଏଥିରୁ ଶ୍ରୁତି ହାସନ୍ ଓହରିଗଲେ ସେତେବେଳେ ତାହା ପୁଣି ଆଲୋଚିତ ହୋଇଥିଲା। ଏବେ ଏହି ସିନେମାକୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି ଯେ ଏଥିରେ ଶ୍ରୁତି ହାସନ୍ଙ୍କ ସ୍ଥାନରେ ହଟ୍ ହିରୋଇନ୍ ଦିଶା ପଟାନୀଙ୍କୁ ନିଆଯାଇଛି।
‘ସଂଘମିତ୍ରା’ରେ ଦିଶାଙ୍କ ବ୍ୟତୀତ ଜୟମ୍ ରବି ଏବଂ ଆର୍ଯ୍ୟାଙ୍କୁ ଦେଖିବାକୁ ମିଳିବ। ଏହାର ସୁଟିଂ ଆଗାମୀ ଡିସେମ୍ବର ମାସରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସୁନ୍ଦର ସି ଏହାର ନିର୍ଦ୍ଦେଶକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/Disha-Patani3.jpg)