ମୁମ୍ବାଇ: ‘ବାଗୀ-୨’ ହିଟ୍‌ ହେବାପରେ ଖୁବ୍‌ ଖୁସି ଅଛନ୍ତି ଏହାର ନାୟିକା ଦିଶା ପଟାନି। ସେ ଏବେ ତାଙ୍କର ନୂଆ ସିନେମାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହା ହେଲା ‘ସଂଘମିତ୍ରା’ । ଏହି ଦକ୍ଷିଣ ଭାରତୀୟ ସିନେମାରେ ତାଙ୍କୁ ମିଳିଛି ଜଣେ ରାଜକୁମାରୀର ଭୂମିକା । ସେ ଜଣେ ଯୋଦ୍ଧା ଚରିତ୍ର ବି ନିଭାଇବେ ଏଥିରେ ।ଏହି ସିନେମାର ପ୍ରଯୋଜକ ହେଲେ ତେନାନନ୍ଦଲ୍‌ ଏବଂ ନିର୍ଦ୍ଦେଶକ ସୁନ୍ଦର ସି । ଏହି ଫିଲ୍ମପାଇଁ ପ୍ରଶିକ୍ଷଣ ନେଲେଣି ଦିଶା ପଟାନି। ପ୍ରାପ୍ତ ସୂଚନା ଅନୁଯାୟୀ ‘ସଂଘମିତ୍ରା’ର ସୁଟିଂ ଏଇ ଜୁଲାଇ ମାସରେ ଆରମ୍ଭ ହେବ।

Advertisment

publive-image photo-deccan herald

ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୁତି ଏକ ପିରିଅଡ୍‌ ଫିଲ୍ମ ‘ସଂଘମିତ୍ରା’ରେ ଟାଇଟଲ୍‌ ରୋଲରେ ନଜର ଆସିବେ ବୋଲି ବହୁ ଦିନରୁ ଚର୍ଚ୍ଚା ହେଉଥିଲା । ଏଥିରେ ତାଙ୍କୁ ମିଳିଥିଲା ଜଣେ ରାଜକୁମାରୀର ଭୂମିକା ।ଏହି ସିନେମାରେ କାମ କରିବାକୁ ନେଇ ବେଶ୍‌ ଉତ୍ସାହିତ ଥିଲେ ଶ୍ରୁତି ହାସନ । ହେଲେ ସେ ଏଥିରୁ ଓହରି ଯାଇଥିଲେ ।‘ସଂଘମିତ୍ରା’ରେ ଟାଇଟଲ୍‌ ରୋଲରେ ଅଭିନୟ କରିବା ପାଇଁ ଶ୍ରୁତି ହାସନ ପ୍ରାୟ ୨ ବର୍ଷ ହେଲା ଟ୍ରେନିଂ ନେଉଥିଲେ । କିନ୍ତୁ ପ୍ରଯୋଜନା ସଂସ୍ଥାର ଅସହଯୋଗ ହେତୁ ବାଧ୍ୟ ହୋଇ ଶ୍ରୁତି ‘ସଂଘମିତ୍ରା’ରୁ ଓହରିଥିଲେ ବୋଲି ଶୁଣିବାକୁ ମିଳିଥିଲା ।