ନୂଆଁଖାଇରେ ଯୁକ୍ତ୩ ନାମଲେଖାକୁ ନେଇ ଅସନ୍ତୋଷ

ଭୁବନେଶ୍ବର : ସେପ୍ଟେମ୍ବର ୧୧ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ଦିନ ଛୁଟି ଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ନାତକ ତଥା ଯୁକ୍ତ୩ରେ ନାମଲେଖା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ବିଜ୍ଞପ୍ତି ବି ପ୍ରକାଶ ପାଇଛି। ଯାହାକୁ ନେଇ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ପିଲାମାନଙ୍କ କହିବା କଥା ହେଉଛି ଯେ ସେପ୍ଟେମ୍ବର ୪ରେ ଯୁକ୍ତ୩ ନାମଲେଖା ପ୍ରକ୍ରିୟା ଶେଷ ହେବ। ୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀ ୯ରୁ ୧୪ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ। ଛାତ୍ରଛାତ୍ରୀଙ୍କୁ ଯେଉଁ ଶିକ୍ଷାନୁଷ୍ଠାନ ଆଲଟ୍‌ ହୋଇଥିବ ସେମାନେ ୧୧ରୁ ୧୫ ତାରିଖ ମଧ୍ୟରେ ସେଠାରେ ‌ରିପୋର୍ଟିଂ କରିପାରିବେ। ୧୨ ତାରିଖ ରବିବାର ପଡ଼ୁଥିବାରୁ କୌଣସି ନାମଲେଖା ହେବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ୧୧ ତାରିଖ ନୂଆଁଖାଇ ପାଇଁ ଛୁଟି ଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ଅଧିକାରୀମାନେ କିଭଳି ଜାଣିପାରିଲେ ନାହିଁ। ଏହାଦ୍ବାରା ବହୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ। ବିଶେଷକରି ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀ ରିପୋର୍ଟିଂ କରିବାକୁ ଆସିପାରିବେ ନାହିଁ। ବିଭାଗୀୟ ମନ୍ତ୍ରୀ ଓ ସଚିବ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର