ଭୁବନେଶ୍ବର: ଆଜି ରାଜ୍ୟରେ ୪୨୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୦୩ ଓ ସ୍ଥାନୀୟ ଅଞ୍ଚଳରୁ ୧୭୩୯ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୧୨୨କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯,୬୭୫ ଥିବା ବେଳେ ଖୋର୍ଦ୍ଧାରେ ୩୧,୪୪୧, କଟକରେ ୧୬,୬୨୯, ଗଜପତିରେ ୩୩୬୭, ଯାଜପୁରରେ ୬୯୬୭, ବାଲେଶ୍ବରରେ ୬୩୪୩, ଜଗତସିଂହପୁର ଜିଲ୍ଲାରେ ୪୧୧୪, ପୁରୀରେ ୮୩୮୭, କେନ୍ଦ୍ରାପଡ଼ାରେ ୪୦୧୭, ଭଦ୍ରକ ଜିଲ୍ଲାରେ ୪୫୨୨, ସୁନ୍ଦରଗଡ଼ରେ ୬୫୪୭, ବଲାଙ୍ଗୀରରେ ୩୫୪୪, କନ୍ଧମାଳରେ ୩୭୧୬, ମୟୂରଭଞ୍ଜରେ ୬୭୫୯, କୋରାପୁଟରେ ୫୫୩୧, ନୟାଗଡ଼ରେ ୪୨୨୬, କେନ୍ଦୁଝରରେ ୩୪୭୩, ନୂଆପଡ଼ାରେ ୨୧୪୫, ଝାରସୁଗୁଡ଼ାରେ ୩୪୪୭, ଢେଙ୍କାନାଳରେ ୩୧୨୧, କଳାହାଣ୍ଡିରେ ୨୬୦୪, ବରଗଡ଼ ଜିଲ୍ଲାରେ ୫୩୩୬, ଅନୁଗୁଳରେ ୨୮୫୦, ମାଲକାନଗିରିରେ ୩୧୮୩, ସମ୍ବଲପୁରରେ ୪୯୫୦, ରାୟଗଡ଼ାରେ ୬୯୧୮, ବୌଦ୍ଧରେ ୧୪୬୧, ସୋନପୁର ଜିଲ୍ଲାରେ ୨୩୦୮, ଦେବଗଡ଼ ଜିଲ୍ଲାରେ ୫୦୧ ଓ ନବରଙ୍ଗପୁର ଜିଲ୍ଲାରେ ୨୮୭୧ରେ ପହଞ୍ଚିଛି।
Toronto Tax Lawyerଏବେ ରାଜ୍ୟରେ ମୋଟ୍ ୧,୪୫,୬୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭,୬୮୪ ରହିଛି। ଏଣେ ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୭୧୦କୁ ବୃଦ୍ଧି ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/District-Wise-Cases_Thumbnail-750x430-new-3.jpg)