ନବରଙ୍ଗପୁର: ଛତିଶଗଡ ସୀମାରେ ରହିଥିବା ନବରଙ୍ଗପୁର ଜିଲ୍ଲାରେ ହୁହୁ ହୋଇ ବଢ଼ିଚାଲିଛି କରୋନା। ଅମାନିଆ ମାନୁନାହାନ୍ତି କଟକଣା। ମୁହଁ ରେ ମାସ୍କ ବଦଳରେ କେବଳ ପାଟିରେ ଓହଳୁଛି ମାସ୍କ। ସର୍ବସାଧାରଣ ସ୍ଥାନରେ ସାମାଜିକ ଦୁରତା ରହୁନି। ଛତିଶଗଡ ରୁ କରୋନା ନବରଙ୍ଗପୁର ଜିଲ୍ଲାରେ ପ୍ରବେଶ କରିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଯାହାକି ପ୍ରଶାସନକୁ ଚିନ୍ତା ବଢ଼ାାଇଛି। ଆଜି ଖୋଦ ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର, ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନା ଓ ଉପଜିଲ୍ଲାପାଳ ଭାଷ୍କର ରଇତ ରାଜ ରାସ୍ତାକୁ ଓଲ୍ଲାଇଛନ୍ତି। ମଧ୍ୟାହ୍ନ ସମୟରେ ଜିଲ୍ଲାପାଳ ଓ ଏସପି ନବରଙ୍ଗପୁର ସହର ରେ ବୁଲି ବୁଲି ଅମାନିଆଙ୍କୁ ସାବଡ କରିବା ପାଇଁ ଦୋକାନ ଦୋକାନ ବୁଲିବା ସହ ରାସ୍ତାରେ ଲୋକଙ୍କୁ ସତର୍କ କରାଇଥିଲେ। ଆଗାମି ଦିନ ରେ କୋଭିଡ ନିୟମାବଳୀ ମାନୁନଥିବା ଅମାନିଆଙ୍କ ବିରୋଧ ରେ କଡା ଆଭିମୁଖ୍ୟ ଗ୍ରହଣ କରିବା ନେଇ ସତର୍କ କରାଇଥିଲେ।
ଏ ନେଇ ଜିଲ୍ଲାପାଳ ଡଃ.ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଜିଲ୍ଲାରେ କୋଭିଡ ପଜିଟିଭ୍ ୩୦୦ ରୁ ଅଧିକ ହୋଇଯାଇଛି। ଜିଲ୍ଲାରେ କରୋନା ର ପ୍ରକୋପ ବଢ଼ିବାରେ ଲାଗିଛି। ସମସ୍ତ ଲୋକେ ଠିକ୍ ଭାବେ ମାସ୍କ ପିନ୍ଧିବେ ନଚେତ ଜରିମାନା ଗଣିବେ। ଜନଗହଳି ସ୍ଥାନରେ ସଚେତନ କରାଯାଉଛି। ନବରଙ୍ଗପୁର ଜିଲ୍ଲା ଛତିଶଗଡ ସୀମାନ୍ତରେ ରହିଥିବାରୁ ଯେତେ କଣ୍ଟାକ୍ଟ ଟ୍ରେସିଂ ହୋଇଛି ସମସ୍ତ କେସ ଛତିଶଗଡ କଣ୍ଟାକ୍ଟ ରେ ଆସିଛି। ଆମେ ସଚେନତ ହେବା ଅନ୍ୟ ମାନଙ୍କୁ ସଚେତନ କରିବା।
ତା ହେଲେ ଆମେ କରୋନାକୁ ପ୍ରତିହିତ କରିପାରିବା। ରାଜନୈତିକ ସମାବେଶକୁ ନେଇ ନିଜ ପ୍ରତିକ୍ରୀୟା ରେ କହିଥିଲେ ରାଜନୈତିକ ସମାବେଶକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଉ ନାହିଁ । ଯଦି ଏପରି ସୂଚନା ଆସିବ ତେବେ ପଦେିକ୍ଷେପ ନିଆଯିବ। ଛତିଶଗଡ ସୀମାରେ ରହିଥିବା ଗଳାବାଟକୁ ନେଇ କହିଥିଲେ ଜିଲ୍ଲାରେ ୬୫ ଟି ସୀମା ଗ୍ରାମର ନିର୍ବାଚିତ ପ୍ରତିନିଧିମାନଙ୍କୁ ସଚେତନ କରାଯାଇଛି। ଛତିଶଗଡ ସୀମାରେ ଥିବା ପଞ୍ଚାୟତ ଗୁଡିକରେ କ୍ଲଷ୍ଟର ଟିଏମସି ଖୋଲାଯାଇଛି। ଯଦି ସରପଞ୍ଚଙ୍କ ଜରିଆରେ ସୀମାରୁ ପ୍ରବେଶ ନେଇ କୌଣସି ସୂଚନା ଆସୁଛି ତାଙ୍କୁ ଉକ୍ତ ଟିଏମସି ରେ ରଖିବା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/2a0c004c-d075-4c0d-8a7d-a23695601b8c.jpg)