ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଶକ୍ତିଶାଳୀ ଏଆଇ ଟୁଲ୍ ବିକାଶ କରିଥିବା ଆମେରିକାର ସଂସ୍ଥା ଓପନ୍ଏଆଇ ସ୍ପଷ୍ଟ କରିଛି ଯେ ଭାରତରେ ହେବାକୁ ଯାଉଥିବା ନିର୍ବାଚନରେ ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ବ୍ୟବହାର କରିବନି। ନିର୍ବାଚନ ସମ୍ପୂର୍ଣ୍ଣ ନିରପେକ୍ଷ ଢଙ୍ଗରେ ହେଉ ବୋଲି କଂପାନି ଚାହୁଛି। ସେଥିପାଇଁ କଂପାନି ଏଭଳି କିଛି ଟୁଲ୍ ବିକାଶ କରୁଛି ଯାହା ଡିପ୍ଫେକ୍ ଭିଡିଓ, ଫଟୋ ଓ ମିଥ୍ୟା ଖବରକୁ ଚିହ୍ନଟ କରି ତାହାକୁ ରୋକିପାରିବ। ୨୦୨୪ରେ ଭାରତ, ଆମେରିକା, ବ୍ରିଟେନ୍, ରୁଷ୍ ଭଳି ୬୩ଟି ଦେଶରେ ନିର୍ବାଚନ ହେବାକୁ ଯାଉଛି। ଏହି ସବୁ ଦେଶରେ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପ୍ରଚାର ଲାଗି ସୋସିଆଲ ମିଡିଆକୁ ଭରପୁର ବ୍ୟବହାର କରିବେ। ନିର୍ବାଚନ ପୂର୍ବରୁ ବହୁ ନେତା ଡିପ୍ଫେକ୍ ଭିଡିଓ ଓ ଫଟୋକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବିଶ୍ବର ତିନି ବିଶିଷ୍ଟ ବ୍ୟକ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ ଏଆଇର ଖରାପ ପ୍ରଭାବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।
ନିର୍ବାଚନରେ ଏଆଇ ବ୍ୟବହାର କରାଇଦେବୁନି: ଓପନ୍ଏଆଇ
/sambad/media/post_attachments/wp-content/uploads/2023/11/open-ai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)