ତିନି ଦିନ ତଳୁ ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କରି ଘରେ ରଖିଥିଲା ସ୍ବାମୀ, ଅଭିଯୁକ୍ତ ଅଟକ

ରାଜଧାନୀରେ ଡବଲ ମର୍ଡର

ଭୁବନେଶ୍ୱର: ରାଜଧାନୀରେ ଡବଲ ମର୍ଡର ହୋଇଥିବାର ଖବର ମିଳିଛି। ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିର ଶିବ ମନ୍ଦିର ନିକଟରେ ଥିବା ଏକ ଘରେ ଦୁଇଜଣ ମହିଳାଙ୍କୁ ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସ୍ୱାମୀ ବିଜୟକେତନ ସେଠୀ ତିନି ଦିନ ତଳୁ ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କରି ଘରେ ଲୁଚାଇ ରଖିଥିଲା। ଆଜି ସକାଳେ ଘର ଭିତରୁ ପଚା ଗନ୍ଧ ବାହାରିବା ପରେ ପଡ଼ୋଶୀମାନେ ସନ୍ଦେହ କରିଥିଲେ। ସେମାନେ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ସ୍ତ୍ରୀ ଓ ଶାଳୀଙ୍କ ମୃତଦେହ ଉଦ୍ଧାର କରିଥିଲା। ଏଣେ, ଅଭିଯୁକ୍ତ ବିଜୟ ସେଠୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଘଟଣା ପଛରେ ପାରିବାରିକ କଳହ ଥିବା କୁହାଯାଉଛି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ଗୁରୁବାର ଦିନ ଅପରାହ୍ନରେ ହତ୍ୟା କରି ସାରା ଅଞ୍ଚଳରେ ଘୁରି ବୁଲୁଥିଲା ବିଜୟ ସେଠୀ। ପ୍ରତିଦିନ ମୃତ ଶରୀରର ଅବସ୍ଥା ହେଖିବାକୁ ଆସେ ଓ ମୃତ ଶରୀରର ଦେଖି ପଳାଏ। ପରିବାର ଲୋକ ଓ ସ୍ଥାନୀୟ ଲୋକଙ୍କ ଫୋନ୍ ଉଠାଉ ନଥିଲା।

ଅଭିଯୁକ୍ତ ବିଜୟ କେତନ ସେଠୀ ସହ ନିଶ୍ଚିନ୍ତକୋଇଲି ଅଂଚଳର ଗାୟତ୍ରୀ ସେଠୀକୁ ୨୦୧୧ରେ ବାହା ହୋଇଥିଲା। ଦୁହେଁ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିଲେ। ଗାୟତ୍ରୀର ସାନ ଭଉଣୀ ସରସ୍ବତୀ ସେଠି ବି ବହୁତ ସମୟରେ ପାଖରେ ଆସିକି ରହେ। ସରସ୍ବତୀ ସେଠି ଏକ ଘରୋଇ ଡାକ୍ତରଖାନାରେ ନର୍ସ ଭାବେ କାମ କରେ। ୩ଦିନ ହେବ ଉଭୟଙ୍କର ମୋବାଇଲ ବନ୍ଦ ଥିବାରୁ ପରିବାର ଲୋକ  ବିଜୟକେତନ ସେଠୀକୁ ଯୋଗାଯୋଗ କଲେ। ବିଜୟ ଧରା ଛୁଆଁ ନଦେବା ରୁ ସନ୍ଦେହ ହୋଇଥିଲା। ସେମାନେ  ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେବା ପରେ ଆଜି ଭୋରୁ ଅଭିଯୁକ୍ତ ବିଜୟକୁ ଧରିଥିଲା ପୁଲିସ।

ଏଣେ ସ୍ତ୍ରୀ ଆଉ ଶାଳୀ ମୋତେ ନିର୍ଯାତନା ଦେଉଥିଲେ। ସେଥିପାଇଁ ଦୁଇଜଣଙ୍କୁ ମାରିଦେଲି ବୋଲି ପୁଲିସ ଆଗରେ କହିଛି ଅଭିଯୁକ୍ତ।

ସମ୍ବନ୍ଧିତ ଖବର