ବିଦେଶୀ ଭାଷା ଶିକ୍ଷାପରେ ବି ରୋଜଗାରର ରାସ୍ତା ଖୋଲିବ

ବିଦେଶୀ ଭାଷା ଶିକ୍ଷା କରିବା ଲାଗି ଆଜିକାଲି ଯୁବକ, ଯୁବତୀ ମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହେଉଛି । ଏହାର ମୁଖ୍ୟ କାରଣ ହେଲା ବିଦେଶୀ ଭାଷା ଶିକ୍ଷା କରିବାପରେ ରୋଜଗାରର ରାସ୍ତା ମଧ୍ୟ ଖୋଲିଯାଉଛି ।
ଯେଉଁମାନେ ବିଦେଶୀ ଭାଷା ଶିକ୍ଷା କରିବାକୁ ଚାହୁଁଛନ୍ତି, ସେମାନଙ୍କୁ କୌଣସି ଉତ୍ତମ ଶିକ୍ଷାନୁଷ୍ଠାନରେ ପ୍ରଶିକ୍ଷଣ ନେବାକୁ ପଡିବ । ବିଦେଶୀ ଭାଷା ଶିଖିବା ପରେ ଆପଣ ସିଧାସଳଖ କର୍ପୋରେଟ୍‌ ଜଗତରେ ଯୋଗଦେଇ ପ୍ରଚୁର ଅର୍ଥ ଉପାର୍ଜନ କରିପାରିବେ ।

ସାଧାରଣ ଶିକ୍ଷାଗତ ଯୋଗ୍ୟତା ଥିବା ଏବଂ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ସୁବିଧାଜନକ । ଏଥିପାଇଁ ଆପଣଙ୍କୁ ବିଧିବଦ୍ଧ ଭାବେ ଟ୍ରେନିଂ ନେବାକୁ ପଡିବ । କୋଲକାତା, ପୁଣେ, ମୁମ୍ବାଇ ଓ ଦିଲ୍ଲୀରେ ଫ୍ରେଞ୍ଚ, ଜର୍ମାନ୍‌ , ଜାପାନୀ ଚୀନୀ, ହିବ୍ରୁ, ପାର୍ସୀ, ଆରବୀ, ରୁଷୀୟ, କୋରିଆୟୀ, ସ୍ପେଜିଶ୍‌, ଇଟାଲୀୟ ଇତ୍ୟାଦି ବିଦେଶୀ ଭାଷା ଶିକ୍ଷା ଦେବା ଲାଗି ଶିକ୍ଷା ପ୍ରତିଷ୍ଠାନମାନ ଅଛି ।

କେତେକ ଶିକ୍ଷାନୁଷ୍ଠାନରେ କେବଳ ଭାଷାର ବ୍ୟାକରଣ ସଂପର୍କରେ ଶିକ୍ଷା ଦିଆଯାଉଛି । କିନ୍ତୁ ଭଲ ରୋଜଗାର ଲାଗି ଭାଷାର ସଂପୂର୍ଣ୍ଣ ଶିକ୍ଷା ନିହାତି ଜରୁରୀ । ଏଣୁ ଆପଣଙ୍କୁ କୌଣସି ବିଦେଶୀ ଭାଷାରେ ଡିଗ୍ରୀ କୋର୍ସ କରିବାକୁ ପଡିବ । ଯେଉଁମାନେ ଆଗ୍ରହ ଓ ଉତ୍ସାହର ସହିତ ଏହି ପାଠ୍ୟକ୍ରମରେ ପାଠ ପଢିବା ସହିତ ଅନ୍ୟ ସମୟ ଶିଖୁଥିବା ଭାଷାର ଅନ୍ୟାନ୍ୟ ଏହି ପ୍ୟିବେ, ସେମାନେ ଏଥିରେ ବିଶେଷ ସଫଳତା ହାସଲ କରିବେ । ଯେଉଁମାନଙ୍କ ପାଖରେ ଅର୍ଥର ଅଭାବତା ନାହିଁ, ସେମାନେ କୌଣସି ଏକ ବିଦେଶୀ ରାଷ୍ଟ୍ରକୁ ଯାଇ ସେଠାରେ ଭାଷା ସଂପର୍କିତ କୋର୍ସ କରିପାରନ୍ତି । ଏମାନଙ୍କୁ ଶୀଘ୍ରାତିଶୀଘ୍ର ନିଯୁକ୍ତି ମିଳିଥାଏ ।

photo-projects-abroad.org

ଅନେକ କର୍ପୋରେଟ୍‌ କଂପାନୀ, ପୁସ୍ତକ ପ୍ରକାଶନ ସଂସ୍ଥା, ପାଠାଗାର, ଅଡ଼ିଓ ଭିଜୁଆଲ ସଂସ୍ଥାମାନେ ଆଜିକାଲି ବିଦେଶୀ ଭାଷା ବିଶେଷଜ୍ଞମାନଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି । ସେମାନେ ଅନ୍ୟାନ୍ୟ ବିଦେଶୀଭାଷା ସଂପର୍କୀତ କାର୍ଯ୍ୟ କରୁଥିବା ଯୋଗୁଁ ଏଥିରେ ଭାଷା ଶିଖିବା ଯୋଗ୍ୟ ବ୍ୟକ୍ତିମାନଙ୍କୁ ନିଯୁକ୍ତି କରୁଛନ୍ତି । ବିଦେଶୀ ଭାଷା ଶିକ୍ଷା କରିଥିବା ବ୍ୟକ୍ତିଙ୍କ ପାଇଁ ବିଦେଶରେ ନିଯୁକ୍ତିର ସୁବିଧା, ସୁଯୋଗ ରହିଛି ।

ସମ୍ବନ୍ଧିତ ଖବର