ଆମେ କଦଳୀ ଖାଇଥାଉ। ହେଲେ ତା’ର ଚୋପାକୁ ଡ଼ଷ୍ଟବିନ୍ରେ ପକାଇ ଦେଇଥାଉ। କିନ୍ତୁ ଆମେ ଜାଣି ରଖିବା ଉଚିତ ଯେ,କଦଳୀ ଚୋପା ମଣିଷର ମଣିଷର ତ୍ୱଚା ଓ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ।
• ପ୍ରଥମ କଥା ହେଲା କଦଳୀ ଚୋପାରେ ଅଧିକ ଫାଇବର୍ ଥାଏ। ଯଦି ଆପଣ ପ୍ରତିଦିନ ଗୋଟିଏ କଦଳୀର ଚୋପା ଖାଆନ୍ତି,ତେବେ ମାସକ ପରେ ଆପଣଙ୍କର ଓଜନ ୨ରୁ ୩ କିଲୋଗ୍ରାମ ହ୍ରାସ ପାଇଯିବ।
• ଯଦି ଆପଣଙ୍କର ଦୃଷ୍ଟିଶକ୍ତି ଦୁର୍ବଳ ଶକ୍ତି ଦୁର୍ବଳ ,ତେବେ ଯଦି ନିୟମିତ କଦଳୀ ଚୋପା ଖାଇବେ ,ତେବେ ଦୃଷ୍ଟି ଶକ୍ତି ମଧ୍ୟ ଭଲ ହେବ । କାରଣ ଏଥିରେ ଲ୍ୟୁଟିନ୍ ଥାଏ।
• କଦଳୀ ଚୋପାରେ ସେରୋଟୋନିନ୍ ଥାଏ,ଯାହା ଆମର ମୁଡ଼୍କୁ ବି ଠିକ୍ କରିଥାଏ। ୟୁନିର୍ଭସିଟି ଅଫ୍ ତାଇଓ୍ଵାନ୍ ପକ୍ଷରୁ କରାଯାଇଥିବା ଏକ ଗବେଷଣା ଅନୁଯାୟୀ,ତିନି ଦିନ ଯାଏଁ ଦୈନିକ ଦୁଇଟି କଦଳୀ ଚୋପା ଖାଇଲେ ଶରୀରରେ ସେରୋଟୋନିନ୍ ହରମୋନ୍ର ମାତ୍ର ୧୫ ପ୍ରତିଶତ ବୃଦ୍ଧି ପାଇଥାଏ।
• ଯଦି ଆପଣଙ୍କୁ ଭଲ ନିଦ ଆସୁ ନ ଥାଏ,ତେବେ ପ୍ରତିଦିନ ଆପଣ କଦଳୀ ଚୋପା ଖାଆନ୍ତୁ। ଏଥିରେ ଥିବା ଟ୍ରିପ୍ଟୋଫେନ୍ ନାମକ ଏକ ରାସାୟନିକ ଥାଏ,ଯାହା ଭଲ ସୁନିଦ୍ରା ଆଣିବାରେ ସହାୟକ ହୋଇଥାଏ।
• କଦଳୀ ଚୋପା ତ୍ୱଚା ପାଇଁ ବି ଖୁବ୍ ଉପକାରୀ। ମୁହଁରେ କଳା ଦାଗ ଥିଲେ କଦଳୀ ଚୋପା ଖାଇଲେ,ତାହା ଦୂରେଇ ଥାଏ ଓ ତ୍ୱଚା କୋମଳ ହୋଇଥାଏ।
/sambad/media/post_attachments/wp-content/uploads/2018/04/banana-1-agrobusinessngr.com_.jpg)
• କଦଳୀ ଚୋପା ଖାଇଲେ କୋଷ୍ଠ କାଠିନ୍ୟତା ସମସ୍ୟା ରୁହେ ନାହିଁ।