ଷ୍ଟେସନ୍ ଓ ଟ୍ରେନ୍ କୋଚରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଲା ପୂର୍ବତଟ ରେଳବାଇ

ନୂଆଦିଲ୍ଲୀ: ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏ ନେଇ ସତର୍କ ରହିବାକୁ ବାରମ୍ବାର ଲୋକଙ୍କୁ କହୁଛନ୍ତି ସରକାର। ଭାରତରେ ୧୧୬ଜଣ କରୋନା ଆକ୍ରାନ୍ତ ହୋଇସାରିଥିବା ବେଳେ ଓଡ଼ିଶାରେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ପରିସ୍ଥିତିକୁ ଦେଖି ପୂର୍ବତଟ ରେଳବାଇ ପକ୍ଷରୁ କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

୧. ପୂର୍ବତଟ ରେଳବାଇ ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନର ହେଲପଡେସ୍କରେ ସ୍କ୍ରିନିଂ ସୁବିଧା ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କୁ ସମସ୍ତ ସହାୟତା ପ୍ରଦାନ କରିବ। ସ୍କ୍ରିନିଂ ସୁବିଧା ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ଡାକ୍ତରମାନଙ୍କୁ ସମସ୍ତ ଲଜିଷ୍ଟିକ୍ ପ୍ରଦାନ କରାଯିବ।

୨. ବହୁ ସଂଖ୍ୟକ ଯାତ୍ରୀଙ୍କୁ ନିୟନ୍ତ୍ରଣ କରୁଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଥର୍ମାଲ୍ ସ୍କ୍ରିନିଂ ପାଇଁ ଇନଫ୍ରା ରେଡ୍ ଥର୍ମୋମିଟର ଉପଲବ୍ଧ ହେବ। ଏ ନେଇ ଖୋର୍ଦ୍ଧା ରୋଡ, ସମ୍ବଲପୁର ଏବଂ ୱାଲଟିୟରର ଡିଆରଏମମାନଙ୍କୁ ପରାମର୍ଶ ଦିଆଯାଇଛି।

୩. ଟ୍ରେନ୍ କୋଚ୍ ଏବଂ ଶୌଚାଳୟରେ ସଂକ୍ରମଣକୁ ରୋକିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

୪. ବୁକିଂ ଏବଂ ସଂରକ୍ଷଣ କାର୍ଯ୍ୟାଳୟ ପରି ଜନଯୋଗାଯୋଗ କାର୍ଯ୍ୟରେ ଯାତ୍ରୀଙ୍କ ସହ ଯୋଗାଯୋଗ କରୁଥିବା ରେଳ କର୍ମଚାରୀମାନେ ବିଶେଷ ଭାବରେ ସମ୍ବେଦନଶୀଳ ଅଟନ୍ତି। ସେମାନଙ୍କ ସୁରକ୍ଷା ନେଇ ବିଶେଷ ଧ୍ୟାନ ଦିଆଯିବ।

୫.ପୂର୍ବ ତଟ ରେଳର ସମସ୍ତ ୩ଟି ବିଭାଗ ଦ୍ୱାରା କ୍ୱାରେଣ୍ଟାଇନ୍ ସୁବିଧା ସ୍ଥାପନ କରାଯିବ।

Image result for east coast railway
Deccan Chronicle

୬.ନିକଟ ଅତୀତରେ ବିଦେଶ ଯାତ୍ରା କରିଥିବା ରେଳ ଅଧିକାରୀଙ୍କୁ ସ୍କ୍ରିନିଂ କରାଯାଇ ସେମାନଙ୍କୁ ପୃଥକ ଭାବରେ ରଖିବାକୁ କୁହାଯାଇଛି।

୭. କରୋନା ସନ୍ଦିଗ୍ଧଙ୍କୁ ଡାକ୍ତରଖାନା ନେବା ପାଇଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ବୃହତ ଷ୍ଟେସନରେ ଆମ୍ବୁଲାନ୍ସ ରଖାଯିବ।

୮.ସମସ୍ତ ଡିଆରଏମଙ୍କୁ କୋଭିଡ୍-୧୯ ମାମଲା ପରିଚାଳନା ପାଇଁ ଆବଶ୍ୟକ ସାମଗ୍ରୀର ଜରୁରୀକାଳୀନ କ୍ରୟ ପାଇଁ ଯିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର