ଏପ୍ରିଲ୍ ୧୪, ୨୦୧୭
ଛତିଶଗଡ଼ର ସୁକୁମାରେ ମାଓବାଦୀଙ୍କ ଯୋଜନାବଦ୍ଧ ଆକ୍ରମଣରେ ୨୫ ସିଆର୍ପିଏଫ୍ ଯବାନ ସହିଦ ହୋଇଯାଇଥିଲେ। ଏଥିରେ ୧୦ରୁ ୧୨ ମାଓବାଦୀ ମଧ୍ୟ ନିପାତ ହୋଇଥିଲେ
ମାର୍ଚ୍ଚ ୧୧, ୨୦୧୭
ମାଓବାଦୀମାନେ ଘେରାବନ୍ଦୀ କରି ୧୨ ଜଣ ସିଆର୍ପିଏଫ୍ ଯବାନଙ୍କୁ ହତ୍ୟା କରିଥିଲେ। ଏହି ବର୍ବର କାଣ୍ଡ ସୁକୁମାରେ ଘଟିଥିଲା। ସିଆର୍ପିଏଫ୍ ଯବାନ ଏକ ରାସ୍ତା ନିର୍ମାଣ କାର୍ଯ୍ୟକୁ ସୁରକ୍ଷା ଦେଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା।
ଫେବ୍ରୁଆରି ୨, ୨୦୧୭
ମାଓବାଦୀଙ୍କ ଦ୍ବାରା ଲଗାଯାଇଥିବା ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ ଯୋଗୁଁ ଓଡ଼ିଶା ପୁଲିସର ୭ ଜଣ ଯବାନ ସହିଦ ହୋଇଯାଇଥିଲେ। କୋରାପୁଟ ଜିଲ୍ଲାର ସୁଙ୍କି ନିକଟରେ ଜାତୀୟ ରାଜପଥ ୨୬ରେ ଏହି ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ ହୋଇଥିଲା।
ଜୁଲାଇ ୧୯, ୨୦୧୬
ବିହାରର ଔରଙ୍ଗାବାଦ ଅଂଚଳରେ ମାଓବାଦୀଙ୍କ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ ଯୋଗୁଁ ୧୦ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଯାଇଥିଲେ। ଘଟଣାସ୍ଥଳରେ ହୋଇଥିବା ଏନ୍କାଉଣ୍ଟର୍ରେ ୪ ଜଣ ମାଓବାଦୀ ମଧ୍ୟ ନିପାତ ହୋଇଥିଲେ
ଡିସେମ୍ବର ୧, ୨୦୧୪
ଛତିଶଗଡ଼ର ସୁକୁମାରେ ମାଓବାଦୀମାନେ ଘେରାବନ୍ଦୀ କରି ୧୪ ସିଆର୍ପିଏଫ୍ ଯବାନଙ୍କୁ ହତ୍ୟା କରିଥିଲେ। ଯବାନଙ୍କ ପାଲଟା ଜବାବରେ ୬ ଜଣ ମାଓବାଦୀ ନିପାତ ହୋଇଥିଲେ।
ମାର୍ଚ୍ଚ ୧୧, ୨୦୧୪
ସୁକୁମାରେ ମାଓବାଦୀଙ୍କ ସହ ସଂଘର୍ଷରେ ପୁଲିସ ଏବଂ ସିଆର୍ପିଏଫ୍ର ୧୫ ଯବାନ ସହିଦ ହୋଇଯାଇଥିଲା। ଶତାଧିକ ମାଓବାଦୀ ଯବାନଙ୍କୁ ଅତର୍କିତ ଘେରିଯାଇ ଗୁଳିବର୍ଷା କରିଥିଲେ।
ମେ ୨୫, ୨୦୧୩
ମାଓବାଦୀମାନେ ଛତିଶଗଡ଼ର ଦରଭାରେ ବଡ଼ ଧରଣର ଆକ୍ରମଣ କରିଥିଲେ ଏବଂ ସେମାନେ ରାଜନୈତିକ ନେତାଙ୍କୁ ଟାର୍ଗେଟ୍ କରିଥିଲେ। ଏଥିରେ ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଚରଣ ଶୁକ୍ଳା, ମହେନ୍ଦ୍ର କୁମାର, ଉଦୟ ମୁଦାଲିର ଏବଂ ନନ୍ଦ କୁମାର ପଟେଲଙ୍କ ସମେତ ମୋଟ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା।
ଜୁନ୍ ୨୯,୨୦୧୦
ଛତିଶଗଡ଼ର ନାରାୟଣପୁରରେ ମାଓବାଦୀମାନେ ବଡ଼ ଆକ୍ରମଣ କରିଥିଲେ ଏବଂ ଏଥିରେ ୨୬ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଯାଇଥିଲେ।
ଏପ୍ରିଲ୍ ୬, ୨୦୧୦
ଦକ୍ଷିଣ ଛତିଶଗଡ଼ର ସୁକୁମା ଜିଲ୍ଲାର ତାଦମେଟଲା ଗ୍ରାମ ନିକଟରେ ମାଓବାଦୀମାନେ ଘେରାବନ୍ଦୀ କରି ଭୟାନକ ଆକ୍ରମଣ କରିଥିଲେ ଏବଂ ଏଥିରେ ୭୨ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଯାଇଥିଲେ। ମୁକରାନା ଜଂଗଲରେ ଏହି ଆକ୍ରମଣ ହୋଇଥିଲା। ପରେ ଏହି ଅଂଚଳକୁ ମାଓବାଦୀଙ୍କ କବଳରୁ ସଂପୂର୍ଣ୍ଣ ମୁକ୍ତ କରାଯାଇଥିଲା।
ଜୁଲାଇ ୧୩, ୨୦୦୯
ଛତିଶଗଡ଼ର ରାଜନନ୍ଦଗାଓଁରେ ମାଓବାଦୀଙ୍କ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣରେ ଜଣେ ଏସ୍ପିଙ୍କ ସମେତ ୩୦ ପୁଲିସ କର୍ମୀ ସହିଦ ହୋଇଥିଲେ।
ଜୁନ୍ ୨୯, ୨୦୦୮
ମାଓବାଦୀମାନେ ଓଡ଼ିଶା-ତେଲେଙ୍ଗାନା ସୀମାରେ ଘେରାବନ୍ଦୀ କରି ପ୍ରଚଣ୍ଡ ଆକ୍ରମଣ କରିବାରୁ ଆନ୍ଧ୍ରପ୍ରଦେଶର ୩୫ ଗ୍ରେହାଣଉଣ୍ଡ ଯବାନ୍ ସହିଦ ହୋଇଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/m-1.jpg)