‘ଫ୍ୟାକ୍ଟ୍ ସିଟ୍’ ଜାରି କଲା ଭାରତ ବାୟୋଟେକ୍: ଏହି ଲୋକମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ ‘କୋଭାକ୍ସିନ୍’
ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଆଜି ଏକ “ଫ୍ୟାକ୍ଟ୍ ସିଟ୍” ପ୍ରକାଶ କରିଛି। ଏଥିରେ କରୋନାଭାଇରସ୍ ପାଇଁ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାର ବିପଦ ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି। ହାଇଦ୍ରାବାଦ ସ୍ଥିତ କମ୍ପାନି ଭାରତ ବାୟୋଟେକ୍ ଦୋହରାଇଛି ଯେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଚାଲିଥିବାରୁ ଟିକାର ପ୍ରଭାବ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିପାରି ନାହିଁ। ସେନେଇ କେଉଁ ଲୋକ କୋଭାକ୍ସିନ ନେବା ଉଚିତ ନୁହେଁ ସେ ବିଷୟରେ ଜଣାଇଛି ଭାରତ ବାୟୋଟେକ୍।
-ରକ୍ତସ୍ରାବ ଜନିତ ରୋଗ ଥିଲେ କିମ୍ବା ରକ୍ତ ପତଳା ହେବାରେ ସମସ୍ୟା ଥିଲେ।