ଫୋନି ସାଇକ୍ଲୋନ ମୁକାବିଲା, ଓଡ଼ିଶା ପାଇଁ ଏନଡିଆରଏଫର ୨୮ଟି ଟିମ ପ୍ରସ୍ତୁତ

ନୂଆଦିଲ୍ଲୀ : ଅତି ଭୀଷଣ ସାମୁଦ୍ରିକ ମହାବାତ୍ୟା ଫୋନିର ମୁକାବିଲା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର ମୋଟ ୪୧ଟି ଟିମକୁ ପ୍ରସ୍ତୁତ ରଖାଯାଇଛି । ଏହା ମଧ୍ୟରୁ ଓଡ଼ିଶା ପାଇଁ ସର୍ବାଧିକ ୨୮ଟି ଟିମ ପ୍ରସ୍ତୁତ ରଖାଯାଇଛି । ଓଡ଼ିଶାରେ ହିଁ ଏହି ମହାବାତ୍ୟା ଲାଣ୍ଡଫଲ କରିବାର ଥିବାରୁ ଓଡ଼ିଶାରେ ଏହାର ପ୍ରଭାବ ସର୍ବାଧିକ ରହିବ ।

ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ସବୁଠାରୁ ଅଧିକ ଟିମ ଦିଆଯାଇଛି । ଏହା ପୂର୍ବରୁ ଓଡ଼ିଶାକୁ ଅଧିକ ଏନଡିଆରଏଫ ଟିମ ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଅନୁରୋଧ କରିଥିଲେ । ଅନ୍ୟପକ୍ଷରେ ଆନ୍ଧ୍ରକୁ ୮ଟି ଓ ପଶ୍ଚିମବଙ୍ଗକୁ ୫ଟି ଟିମ ପ୍ରଦାନ କରାଯାଇଛି । ଏହାଛଡା କେନ୍ଦ୍ର ସରକାର ମୋଟ ୨୩ଟି ଅତିରିକ୍ତ ଏନଡିଆରଏଫ ଟିମକୁ ସଜାଗ ରଖିଛନ୍ତି । ଏହାମଧ୍ୟରୁ ଆନ୍ଧ୍ରରେ ୧୩ଟି ଓ ପଶ୍ଚିମବଙ୍ଗରେ ୧୦ଟି ଟିମ ରହିଛନ୍ତି । ଆବଶ୍ୟକ ପଡିଲେ ଏହି ଟିମଗୁଡ଼ିକୁ ଓଡ଼ିଶା ପଠାଯାଇପାରେ । ଅନ୍ୟପକ୍ଷରେ ବାତ୍ୟା ବିପର୍ଯ୍ୟୟର ମୁକାବିଲା ଲାଗି ଭାରତୀୟ ନୌସେନା ପ୍ରସ୍ତୁତ ହୋଇ ରହିଛି ।

ସମ୍ବନ୍ଧିତ ଖବର