ଚାଷୀମାନେ ଖାଲି ହାତରେ ଫେରିବେନି

ବିଜେପି ଏହା ବୁଝିବା ଦରକାର: ସତ୍ୟପାଲ ମଲିକ

ନୂଆଦିଲ୍ଲୀ : କୃଷକ ଆନ୍ଦୋଳନ ପାଇଁ ବିଜେପି ଉତ୍ତରପ୍ରଦେଶ ଏବଂ ଅନ୍ୟ ରାଜ୍ୟମାନଙ୍କରେ ବ୍ୟାପକ କ୍ଷତି ସହିଛି। ସରକାର ଚାଷୀଙ୍କ କଥା ଶୁଣିବା ଉଚିତ। ସେମାନେ ଏହା ବୁଝିବା ଦରକାର ଯେ, ଚାଷୀମାନେ କେବେ ଖାଲି ହାତରେ ଫେରିବେନି। ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ଆଜି ଏକ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେଇ ଏହା କହିଛନ୍ତି।

କୃଷି ଆଇନ ବିରୋଧରେ ଆନ୍ଦୋଳନ କରି ଦିଲ୍ଲୀ ସୀମା‌ରେ ଶହ ଶହ କୃଷକ ପ୍ରାଣ ହରାଇଥିଲେ ସୁଦ୍ଧା ସରକାରଙ୍କର ଏଥିପ୍ରତି ଧ୍ୟାନ ନାହିଁ। ସତ୍ୟପାଲ ମଲିକ ମଧ୍ୟ ନିକଟରେ କୃଷକ ପ୍ରସଙ୍ଗ ଏବଂ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ମୋଦୀ ସରକାରଙ୍କ ଦ୍ବାରା ରାଜ୍ୟପାଳ ନିଯୁକ୍ତ ହୋଇ ସୁଦ୍ଧା ‌ମୋଦୀ ସରକାର ବିରୋଧରେ କହୁଥିବାରୁ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ତେବେ ସତ୍ୟପାଲ ମଲିକ କହିଛନ୍ତି, ପ୍ରଧାନମନ୍ତ୍ରୀ ତାଙ୍କୁ ରାଜ୍ୟପାଳ ନିଯୁକ୍ତ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ କହିଲେ ସେ ତୁରନ୍ତ ଇସ୍ତଫା ଦେଇଦେବେ। ମଲିକ କହିଛନ୍ତି, ଫଳାଫଳ ଯାହା ହେଲେ ବି କୃଷକଙ୍କ ପାଇଁ ମୁଁ ସ୍ବର ଉତ୍ତୋଳନ କରିବି। ରାଜ୍ୟପାଳ ପଦବି ପ୍ରତି ମୋର କୌଣସି ଲୋଭ ନାହିଁ। ମୁଁ ଯେବେ ପ୍ରଥମେ ରାଜ୍ୟପାଳ ହୋଇଥିଲି ସେତେବେଳେ ବି ମୁଁ କହିଥିଲି ଯେ, ମୁଁ ଏହି ପଦବିରେ ବେଶୀ ଦିନ ରହିବିନି।

ସମ୍ବନ୍ଧିତ ଖବର