ତୁରଙ୍ଗ ଛକ ନିକଟରେ ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ

ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ଛକ ନିକଟରେ ବାଇକକୁ ଧକ୍କା ଦେଲା ଟ୍ରକ୍ । ବାଇକରେ ଦୁଇ ଜଣ ବସିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକମାନେ ହେଲେ ମିଶ୍ରପଡା ଅଞ୍ଚଳ ବିଶ୍ଵାସ ନାୟକ (୬୨) ଏବଂ ତାଙ୍କ ଝିଅ ସୁପ୍ରଭା ନାୟକ।

ମିଳିଥିବା ସୂଚନା ଅନୁଯାଇ ମିଶ୍ରପଡା ଅଞ୍ଚଳରେ ରହିଥିବା ବିଶ୍ଵାସ ନାୟକ ଏବଂ ତାଙ୍କ ଝିଅ ସୁପ୍ରଭା ନାୟକ ବାଇକ୍ ଯୋଗେ କାଣ୍ଡସର ଅଭିମୁଖେ ଯାଉଥିବା ବେଳେ ତୁରଙ୍ଗସ୍ଥିତ ବୁଲେଟ ସୋ’ରୁମ ସାମ୍ନାରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ବିଶ୍ଵାସ ନାୟକଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟ ଘଟିଥିବା ବେଳେ ତାଙ୍କ ଝିଅଙ୍କର ଅବସ୍ତା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଛି। ଏନେଇ ସେମାନଙ୍କ ସମ୍ପର୍କୀୟଙ୍କଠାରୁ ସୂଚନା ମିଳିଛି। ଘଟଣାସ୍ଥଳରେ ଅନୁଗୁଳ ଥାନା ପୁଲିସ ପହଞ୍ଚି ଟ୍ରକ୍ ଏବଂ ବାଇକକୁ ଜବତ କରି ତଦନ୍ତ ଚଳାଇଛି। ଏହା ସହ ବିଶ୍ଵାସ ନାୟକଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ଶବ ବ୍ୟବଚ୍ଛେଦ ଗୃହକୁ ପଠାଇ ଦିଆଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା ମିଳିଛି।

ସମ୍ବନ୍ଧିତ ଖବର