ଋଣ ଦେବା ନାଁରେ ୨୦ ଲକ୍ଷରୁ ଅଧିକ ଟଙ୍କା ଧରି ମାଲିକ ଫେରାର, ଥାନାରେ ଏତଲା

ଫାଇନାନ୍ସ ସଂସ୍ଥା ଉପରେ ଲଗାମ ଲାଗିବ କେବେ?

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥା ଲୋକମାନଙ୍କୁ ଠକେଇ କରି ଆସୁଥିବା ବେଳେ ପ୍ରଶାସନର ତୀକ୍ଷଣ ନଜର, ଯାଞ୍ଚର ଅଭାବ ଯୋଗୁ ହଜାର ହଜାର ଲୋକେ ଠକାମିର ଶିକାର ହେଉଛନ୍ତି। ଏହି ଠକାମିରୁ ଲୋକେ ନା କିଛି ଶିକ୍ଷା କରିପାରୁଛନ୍ତି ନା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠନ ନିଆ ଯାଉଛି।

ସଦ୍ୟତମ ଏକ ଠକେଇ ଘଟଣା ଉମରକୋଟରେ ଘଟିଯାଇଛି। ଉମରକୋଟ ସହରର ମେଡିକାଲ୍ ରୋଡ ଠାରେ ଥିବା ଓମ୍ ଡାଇଗ୍ନୋସିସ୍ ଉପରେ ୨ ମାସ ହେଲା ଏକ ଛୋଟିଆ ରୁମ୍ ନେଇ ରବିନାରାୟଣ ରାଉତରାୟ ଏ ୟୁ ସ୍ମଲ୍ଲ ଫାଇନାନ୍ସ ନାମରେ ଏକ ସଂସ୍ଥା ଖୋଲିଥିଲେ। ସେ ନିଜକୁ ସହକାରୀ ପରିଚାଳକ ବୋଲି ପରିଚୟ ଦେଇଥିଲେ। ମେ ୩୧ ରୁ ଜୁନ ୫ ମଧ୍ୟ ରେ ଉମରକୋଟ ସହରର ୫ ଜଣ ଝିଅଙ୍କୁ ନିଯୁକ୍ତି ଦେଇ ଗ୍ରୁପର କାଗଜପତ୍ର ଯାଞ୍ଚ୍ ଓ ଲଗ୍ ଇନ୍ ଦାୟିତ୍ୱ ଦେଇଥିଲେ ରବି ନାରାୟଣ।

ରବି ନାରାୟଣଙ୍କ କାମ ହେଲା ସେ ପ୍ରତିଦିନ ସକାଳୁ ଉଠି ଉମରକୋଟ, ରାଇଘର ଓ ଝରିଗାଁ ବ୍ଲକର ଗାଁ ଗାଁ ବୁଲି କିଛି ମହିଳାଙ୍କୁ ଏକଜୁଟ କରି ଗ୍ରୁପ୍ ତିଆରି କରି ସେମାନଙ୍କୁ ଋଣ ଦେବି ବୋଲି କହିଥିଲେ। ରବି ନାରାୟଣଙ୍କ କଥାରେ ଅମ।ୟିକ ଆଦିବାସୀମାନେ ବ୍ୟାଙ୍କ ଆକାଉଣ୍ଟ୍ ଓ ଭୋଟ ପରିଚୟ ପତ୍ର ଓ ଆଧାର କାର୍ଡର ଜେରକ୍ସ କାଗଜ ମାଗୁଥିଲେ ଓ ପ୍ରତି ଗ୍ରୁପ୍ ଯିଏ ୪୦୦୦୦ ଟଙ୍କା ଋଣ ଓ ୩୦୦୦୦ ଟଙ୍କା ଋଣ ନେଲେ ସେମାନଙ୍କୁ ଯଥାକ୍ରମେ ୯୪୦ ଓ ୮୪୦ ଟଙ୍କା ଇନସୁର।ନସ ଓ ପ୍ରୋସେସିଂ ଫିସ ବାବଦରେ ଦେବାକୁ ପଡ଼ିବ ବୋଲି କହି ଟଙ୍କା ଆଦାୟ କରିଥିଲେ। ଏହିପରି ଭାବରେ ପ୍ରାୟ ୨୦୦୦ ଗ୍ରୁପରୁ ଟଙ୍କା ଆଦାୟ କରିଥିବା ଅନୁମାନ କରାଯାଉଛି।

କାଲି ସକାଳେ ପ୍ରାୟ ୯ ଟା ସମୟରେ କାମ କରୁଥିବା ୫ ଝିଅ ଅଫିସ୍ କୁ ଗଲା ବେଳେ ଅଫିସରେ ତ।ଲା ଝୁଲୁଥିଲା। ରବିନାରାୟଣ ରାଉତରାୟଙ୍କୁ ଫୋନ ଲଗେଇଲେ ମୋବାଇଲ ସ୍ଵିଚ ଅଫ୍। ପରେ ସେ ଅଫିସ ପାଖେ ରହୁଥିବା ରହିବ। ଘରକୁ ଗଲେ ସେଇଠି ତାଲା ଝୁଲୁଛି। ଝିଅମାନେ ଜାଣି ପାରିଲେ ସେ ଫେରାର ହେଇଗଲ।। ଅଫିସ୍ ବନ୍ଦ ଦେଖି କିଛି ଗ୍ରୁପ୍ ମହିଳା ଏହି ଝିଅମାନଙ୍କୁ ଆମ ଟଙ୍କା ଫେରା ଓ ବୋଲି ଜିଦ ଧରିଲେ। ଏପରି କି ଆମକୁ ବିଭିନ୍ନ ଆଡୁ ଟଙ୍କା ଫେରାଇ ବା ପାଇଁ ଧମକ ପୂର୍ଣ୍ଣ କଲ ଆସୁଥିବା ସେଠି କାର୍ଯ୍ୟ କରୁଥିବା ଜଣେ ଝିଅ ସୂଚନା ଦେଇଛନ୍ତି।

ଶେଷରେ ନିଜ ଆତ୍ମ ସୁରକ୍ଷା ପାଇଁ ଏହି ୫ ଝିଅ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କଲେ। ତେବେ ପ୍ରଶ୍ନ ଉଠୁଛି ଉମରକୋଟ- ନବରଙ୍ଗପୁର ମୁଖ୍ୟ ର।ସ୍ତା ଉପରେ ଏପରି ଏକ ଅଫିସ ଚାଲୁଥିବା ପୁଲିସ ଓ ସ୍ଥାନୀୟ ପ୍ରଶାସନ କେମିତି ଜାଣି ପାରିଲେନି ସମସ୍ତଙ୍କୁ ଆଚମ୍ବିତ କରିଛି। ଉମରକୋଟ ବ୍ଲକରେ ଯେତେ ଏପରି ଠକ ସଂସ୍ଥା ଚାଲିଛି ସେମାନଙ୍କ ଉପରେ ତୁରନ୍ତ ପ୍ରଶାସନ ଅଙ୍କୁଶ ଲଗେଇବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର