ବିଜୟୱାଡା ସହରରେ ଥିବା କୋଭିଡ୍ କେୟାର ସେଣ୍ଟରରେ ନିଆଁ, ୭ଜଣ କରୋନା ରୋଗୀଙ୍କ ମୃତ୍ୟୁ

ବିଜୟୱାଡା: ଆଜି ସକାଳେ ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରରେ ଥିବା କୋଭିଡ୍ କେୟାର ସେଣ୍ଟରରେ ନିଆଁ ଲାଗିଥିବା ନେଇ ଖବର ମିଳିଛି। ଏହି ଦୁର୍ଘଟଣାରେ ୭ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି। ସହରରେ ଥିବା ଏକ ହୋଟେଲକୁ କୋଭିଡ୍ କେୟାର ସେଣ୍ଟରରେ ପରିଣତ କରାଯାଇଥିବା ବେଳେ ଏଠାରେ ଆଜି ସକାଳେ ହଠାତ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ପରେ ୧୦ଜଣ ଆହତ ହେବା ସହ ୭ଜଣଙ୍କର ମୃତ୍ୟୁ ଘଟିଛି।

ସୂତ୍ରରୁ ଜଣାପଡିଛି ଯେ, ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେ‌ଳେ ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥାଇପାରେ ବୋଲି ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡ ଘଟିବା ସମୟରେ କୋଠା ଭିତରେ ପ୍ରାୟ ୩୦ଜଣ କରୋନା ରୋଗୀ ରୋଗୀ ଉପସ୍ଥିତ ଥିଲେ। ତେବ‌େ ନିଆଁ ଲାଗିବା ପରେ କରୋନା ରୋଗୀଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

indiatoday

ବିଜୟୱାଡା ପୁଲିସ କମିଶନର ଶ୍ରୀନିବାସୁଲୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି। ନିଆଁକୁ ଆୟତ୍ତ କରିବା ପାଇଁ ବର୍ତ୍ତମାନ ଚାରିଟି ଅଗ୍ନିଶମ ବିଭାଗର ଗାଡ଼ି ଘଟଣାସ୍ଥଳରେ ଅଛି। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଏସ ଜଗନ୍ ମୋହନ ରେଡ୍ଡି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର