ଆଗ୍ରା: କଥାରେ ଅଛି, ରଖେ ହରି ମାରେ କିଏ। ଆଗ୍ରାରେ ଘଟିଥିବା ଘଟଣା ବିଷୟରେ ଜାଣିବା ପରେ ଆପଣଙ୍କ ମୁହଁରୁ ଏହି କଥାଟି ବାହାରିବ ନିଶ୍ଚୟ। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କୁ ଅଟକାଇବା ସମୟରେ ଜଣେ ପୁଲିସକର୍ମୀଙ୍କ ଛାତିରେ ଗୁଳି ବାଜିଥିଲା। ହେଲେ ଗୁଳିଟି ତାଙ୍କ ଛାତିକୁ ଭେଦି ପାରି ନଥିଲା। ପ୍ରଥମେ କେହି କିଛି ବୁଝି ପାରି ନଥିବା ବେଳେ ପରେ ପ୍ରକୃତ କାରଣଟି ସାମ୍ନାକୁ ଆସିଥିଲା।
ପୁଲିସକର୍ମୀଙ୍କ ସାର୍ଟ ପକେଟରେ ଥିବା ପର୍ସରେ ରଖାଯାଇଥିବା କିଛି କଏନ ତାଙ୍କ ଜୀବନ ବଞ୍ଚାଇ ଦେଇଥିଲା। କଏନ ପାଇଁ ଗୁଳିଟି ପୁଲିସକର୍ମୀଙ୍କ ଛାତିକୁ ଭେଦି ପାରି ନଥିଲା। ବୁଟେଲ ପ୍ରୁଫ୍ ଜ୍ୟାକେଟ ପିନ୍ଧିଥିଲେ ମଧ୍ୟ ଗୁଳିଟି ଜ୍ୟାକେଟ ଭେଦି ଭିତରକୁ ଯାଇଥିଲା ସତ। କିନ୍ତୁ ସାର୍ଟ ପକେଟରେ ଥିବା କଏନକୁ ଭେଦି ପାରି ନଥିଲା। ଯାହା ପାଇଁ ପୁଲିସକର୍ମୀଙ୍କ ଜୀବନ ବଞ୍ଚି ପାରିଥିଲା।
ସୂଚନା ମୁତାବକ, ଘଟଣାଟି ଘଟିଥିଲା ପୁଲିସ କନଷ୍ଟେବଳ ବିଜେନ୍ଦର କୁମାରଙ୍କ ସହ। ଶୁକ୍ରବାର ଫିରୋଜାବାଦରେ ନାଗରିକତା ସଂଶୋଧନ ଆଇନକୁ ନେଇ ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟରେ ବିଜେନ୍ଦରଙ୍କ ଛାତିରେ ଆସି ଗୁଳି ବାଜିଥିଲା। ଗୁଳିଟି ବୁଟେଲ ପ୍ରୁଫ୍ ଜ୍ୟାକେଟକୁ ଭେଦି ଭିତରକୁ ଯାଇଥିଲେ ମଧ୍ୟ ପର୍ସରେ ଥିବା କଏନରେ ଅଟକି ଯାଇଥିଲା। କଏନ ପାଇଁ ଆଜି ସେ ନୂଆ ଜୀବନ ପାଇ କହିଛନ୍ତି କି, ଏହା ମୋର ଦ୍ବିତୀୟ ଜୀବନ। ମୁଁ ଭଗବାନଙ୍କ ପାଖରେ ଋଣୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/ବବ-61.jpg)
