ବାଙ୍ଗାଲୋର : ବର୍ଷର ଶେଷ ଉତ୍ସବ ଖ୍ରୀଷ୍ଟମାସ୍ ବା ବଡ଼ଦିନ ପାଇଁ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏହି ଉତ୍ସବ ସମୟର ମୌକା ନେବା ପାଇଁ ଅନଲାଇନ ସପିଂ କମ୍ପାନିମାନେ ମଧ୍ୟ ବିଭିନ୍ନ ପ୍ରକାରର ଅଫର ଘୋଷଣା କରିଛନ୍ତି ।
ଦେଶର ପ୍ରମୁଖ ଅନଲାଇନ ସପିଂ କମ୍ପାନି ଫ୍ଲିପକାର୍ଡ ପକ୍ଷରୁ ଘୋଷଣା ହୋଇଛି ନ୍ୟୁ ପିଞ୍ଚ୍ ଡେଜ୍ । ଏହା ଡିସେମ୍ବର ୧୫ରୁ ୧୭ ମଧ୍ୟରେ ଚାଲିବ । ଏହି ଅବସରରେ ମୋବାଇଲ ଫୋନ, ଏଲଇଡି ଟିଭି ଓ ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ ଗ୍ୟାଜେଟ୍ ଉପରେ ଆକର୍ଷଣୀୟ ଅଫରମାନ ଘୋଷଣା କରାଯାଇଛି । ବିଶେଷକରି ସାଓମୀ ଏମଆଇ ଏ୧ ଓ ଭିଭୋ ଭି୭ ଉପରେ ରିହାତି ଘୋଷଣା କରାଯାଇଛି । ଗତ ସପ୍ତାହରେ ଫ୍ଲିପକାର୍ଟ ପକ୍ଷରୁ ବିଗ୍ ସପିଂ ଡେ ସେଲ୍ ଘୋଷଣା କରାଯାଇଥିଲା ।
ଅନ୍ୟପକ୍ଷରେ ବିଶ୍ୱର ପ୍ରମୁଖ ଅନଲାଇନ ସପିଂ କମ୍ପାନି ଆମାଜନ ପକ୍ଷରୁ ଡିସେମ୍ବର ୧୨ରୁ ଆରମ୍ଭ ହେଇଛି ସାମସଙ୍ଗ ହାପି ହାର୍ସ ସେଲ୍ । ଏହା ଆସନ୍ତା କାଲି ଦିନ ୧୨ଟାରୁ ୨ଟା ପର୍ଯ୍ୟନ୍ତ ଚାଲିବ । ଏହା ଅନୁଯାୟୀ ସାମସଙ୍ଗ ଗାଲାକ୍ସି ମୋବାଇଲ ଖରିଦ ଉପରେ ୮ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପ୍ରଦାନ କରାଯାଉଛି । ଏହା ବ୍ୟତୀତ ଆମାଜନ ପକ୍ଷରୁ ବଡ଼ଦିନ ଅଫର ମଧ୍ୟ ଘୋଷଣା କରାଯାଇଛି । ଏହା ଅନୁଯାୟୀ ସାଜସଜ୍ଜା ସାମଗ୍ରୀ, ଖ୍ରୀଷ୍ଟମାସ୍ ଟ୍ରି, ସୁନ୍ଦର ଆଲୋକମାଳା, ଜୀଶୁଙ୍କ ମୂର୍ତ୍ତି କ୍ୟାଣ୍ଡେଲ୍ ଆଦି ଅନେକ କିଛି ବିଭିନ୍ନ ବ୍ରାଣ୍ଡ୍ର ସାମଗ୍ରୀ ମହଜୁଦ୍ ରହିଛି। ସେହିପରି ବଡ଼ଦିନ ଅବସରରେ ବନ୍ଧୁବାନ୍ଧବଙ୍କ ସହିତ ମିଳିମିଶି ଖାଦ୍ୟ ଖାଇବା ପାଇଁ ଡ୍ରାଏଡ୍ ବେରି, ଫଳ, ନଟସ୍, ମଫିନ୍ ମୋଲ୍ଡ, ବେକରି ଖାଦ୍ୟ ଆଦି ବିଭିନ୍ନ ପ୍ରକାର ପଦାର୍ଥ ଉପଲବ୍ଧ ରହିଛି। ବନ୍ଧୁବାନ୍ଧବ ପ୍ରିୟ ପରିଜନଙ୍କୁ ବଡ଼ଦିନ ଅବସରରେ ଉପହାର ଦେବା ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ଏଠାରେ ରହିଛି। ତା ମଧ୍ୟରେ ରହିଛି ବିଭିନ୍ନ ଇଲେକ୍ଟ୍ରୋନିକ ସାମଗ୍ରୀ ଯଥା କ୍ୟାମେରା ସ୍ପିକର ସେଟ୍, ମ୍ୟୁଜିକ୍ ଇନଷ୍ଟ୍ରୁମେଣ୍ଟ ଆଦି ସାମଗ୍ରୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/flipkart.jpg)