ହିନ୍ଦୁମାନେ ପୂଜା ବେଳେ ଭଗବାନଙ୍କୁ ବିଭିନ୍ନ ଫୁଲ ଅର୍ପଣ କରିଥାନ୍ତି। ହେଲେ ଏଥିଲାଗି କେଉଁ ଫୁଲ ଚଢ଼ାଯିବା ଉଚିତ ଏବଂ ଏହାର କାରଣ ସଂପର୍କରେ ଚାଣିବା ଉଚିତ। ଫୁଲକୁ ବି ତିନି ପ୍ରକାରରେ ବିଭକ୍ତ କରାଯାଇଛି। ଏଗୁଡିକ ହେଲା ରାଜସିକ ତାମସିକ ଏବଂ ସାତ୍ତ୍ୱିକ। ନାଲି ମନ୍ଦାର ଏବଂ ଗୋଲାପ ହେଉଛି ରାଜସିକ ପୁଷ୍ପ। ଏହାକୁ ଭଗବାନଙ୍କୁ ଅର୍ପଣ କରିଲେ ମଣିଷକୁ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ତା’ଛଡ଼ା ପାରିବାରିକ ବନ୍ଧନ ବି ଶକ୍ତ ହୋଇଥାଏ।

Advertisment

publive-image photo-speaking tree

ଅପରପକ୍ଷରେ ତାମସିକ ଫୁଲ ଭଗବାନଙ୍କୁ ଅର୍ପଣ କରିଲେ ମଣିଷର ସବୁ ଅସୁବିଧା ଦୂର ହୋଇଥାଏ। ଏହି ଧରଣର ଫୁଲ ଭିତରେ ରହିଛି କେତକୀ । ଠିକ୍‌ ସେହିପରି ପଦ୍ମ ,ଏବଂ ମଲ୍ଲୀ ହେଉଛି ସାତ୍ତ୍ୱିକ ପୁଷ୍ପ। ଏହାକୁ ଭଗବାନଙ୍କୁ ଅର୍ପଣ କରିଲେ ସମସ୍ତ ନକାରାତ୍ମକ ଶକ୍ତି ଆପଣଙ୍କଠାରୁ ଦୂରେଇ ଯାଆନ୍ତି । ଆଉ ଏହି ନିୟମ ନବରାତ୍ରି ସମୟରେ ପାଳନ କରିଲେ ବିଶେଷ ଲାଭ ମିଳିଥାଏ। ମନେ ରଖନ୍ତୁ ,କେବେ ବି ପାଖୁଡା ଭାଙ୍ଗି ଯାଇଥିବା ଫୁଲ ଅର୍ପଣ କରାଯିବା ଉଚିତ ନୁହେଁ ।