ମଣିଷ ବଞ୍ଚିବାପାଇଁ ଖାଇବା ଠିକ୍। ହେଲେ ଯେତେବେଳେ ଖାଦ୍ୟର ମାତ୍ରା ଅଧିକ ହୋଇଥାଏ ସେତେବେଳେ କେତେକ ସମସ୍ୟା ଦେଖା ଦେଇଥାଏ। ଆମ ଭିତରେ ଏମିତି ଅନେକ ଅଛନ୍ତି, ଯେଉଁମାନେ ଖାଦ୍ୟ ପ୍ରତି ଅଧିକ ମାତ୍ରାରେ ଆସକ୍ତ। ପେଟପୁରା ଖାଇ ସାରିବାପରେ ଯଦି ସେମାନଙ୍କ ସାମ୍ନାରେ ପୁଣି ସ୍ୱାଦିଷ୍ଟ ଖାଦ୍ୟ ରଖାଯାଏ, ତେବେ ସେମାନଙ୍କ ପାଟିରୁ ଲାଳ ଗଡ଼େ ଓ ପୁଣି ଖାଆନ୍ତି। କିନ୍ତୁ ଏଭଳି କରିଲେ, ମଣିଷ ରୋଗାକ୍ରାନ୍ତ ହେବାର ଆଶଙ୍କା ରହିଛି।
ଯଦି ଖାଇବା ପରେ ବି ଲୋକ ଭୋକ ଲାଗେ ତେବେ ଏହାକୁ ଇଟିଂ ଡିଜର୍ଡର୍ ବୋଲି କୁହାଯାଏ। ଡାକ୍ତରୀ ଭାଷାରେ ବାରମ୍ବାର ଭୋକ ଲାଗିବାକୁ ଫୁଡ୍ ଆଡିକ୍ସନ୍ ବୋଲି ମଧ୍ୟ କୁହାଯାଇଥାଏ।ଯଦି ଆପଣଙ୍କୁ ଭୋକ ଲାଗୁ ନ ଥାଏ, ଅଥଚ ଖାଆନ୍ତି, ତେବେ ତାହା ସହଜରେ ହଜମ ହୋଇନଥାଏ।ଫୁଡ୍ ଆଡିକ୍ସନ୍ର ଅନ୍ୟ ଏକ କାରଣ ହେଲା ନ୍ୟୁରୋ ବାୟୋଲୋଜିକାଲ୍ ଅସନ୍ତୁଳନ।
/sambad/media/post_attachments/wp-content/uploads/2018/04/heart-attack-1.jpg)
ମଣିଷ ଖାଦ୍ୟଖୋର୍ ହେଲେ ମଣିଷକୁ କେଉଁସବୁ କଷ୍ଟ ଭୋଗିବାକୁ ପଡ଼େ ତାହା ଜାଣି ରଖନ୍ତୁ। ପ୍ରଥମ କଥା ହେଲା ଯେ ଖାଦ୍ୟଖୋର୍ ମଣିଷର ଓଜନ ବଢି ଯାଇଥାଏ ଓ ମୋଟାପାର ଶିକାର ହୋଇଥାଏ। ଓଜନ ବଢିଲେ ବିଭିନ୍ନ ରୋଗ ଦେଖା ଦେଇଥାଏ। ଖାଲି ସେତିକି ନୁହେଁ ରକ୍ତରେ କୋଲେଷ୍ଟ୍ରଲର ଆଶଙ୍କା ବି ଦେଖା ଦେଇଥାଏ। ଏହା ଫଳରେ ହୃଦଘାତର ଆଶଙ୍କା ବି ଦେଖା ଦେଇଥାଏ।ଆଉ ଏକ କଥା ହେଲା ଯେ ଅଧିକ ଖାଦ୍ୟ ଖାଇଲେ ଜୀବନଶୈଳୀ ବି ଅସନ୍ତୁଳିତ ହେବାର ଆଶଙ୍କା ରହିଛି। ଅନିଦ୍ରାଜନିତ ରୋଗର ଲକ୍ଷଣ ଦେଖା ଦେଇଥାଏ। ଖାଇବା ଛଡ଼ା ଅନ୍ୟ କୌଣସି କାମରେ ମନ ଲାଗେ ନାହିଁ।