ଖାଦ୍ୟ ଯୋଗାଣ ବିଭାଗ କାର୍ଯ୍ୟକାରୀ କଲା ଅନଲାଇନ୍ ଅଭିଯୋଗ ନମ୍ବର; ୧୯୬୭ ଡାଏଲ୍ କରି ପଞ୍ଜୀକୃତ କରନ୍ତୁ ଅଭିଯୋଗ

ଭୁବନେଶ୍ବର:  ଜନତାଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ  ଖାଦ୍ୟ ଯୋଗାଣ ବିଭାଗ ତରଫରୁ ଏକ ଏକୀକୃତ ଅଭିଯୋଗ ନମ୍ବର କାର୍ଯ୍ୟକାରୀ କରାଯାଇଛି । ଏ ନେଇ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । କହିଛନ୍ତି କି, ଲୋକମାନେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ବନ୍ଧୀୟ ଅଭିଯୋଗ ସହଜରେ ପଞ୍ଜୀକୃତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅନଲାଇନ୍ ଅଭିଯୋଗ ନମ୍ବର ୧୯୬୭ରେ ଦାୟର କରିପାରିବେ ।

ଏହାର ମୂଳ ଲକ୍ଷ୍ୟ ହେଲା ସରକାର ଏବଂ ଜନତାଙ୍କ ମଧ୍ୟରେ ଯୋଗାଯୋଗକୁ ସହଜ ଓ ସୁଗମ କରିବା । ବିଭିନ୍ନ ମାଧ୍ୟମରୁ ଅଭିଯୋଗ ପଞ୍ଜୀକରଣ ପ୍ରକ୍ରିୟାକୁ ତ୍ୱରିତ କରିବା ସହ ଜନତାଙ୍କ ନିକଟରୁ ଆସୁଥିବା ପ୍ରତ୍ୟୋକ ଅଭିଯୋଗ ଉପରେ ନଜର ରଖିବା ବୋଲି ଟୁଇଟ୍ କରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ  ମନ୍ତ୍ରୀ ରାଜା ସ୍ୱାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର