ଖରାଦିନେ ଅନେକ ଲୋକ ଫୁଡ୍‌ ପଏଜନିଂ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହାଫଳରେ ସେମାନେ କ୍ଲାନ୍ତି ଓ ଦୁର୍ବଳ ଅନୁଭବ କରନ୍ତି। ଏହାଛଡା ବାନ୍ତି, ଜ୍ୱର, ପେଟରେ ଯନ୍ତ୍ରଣା ଆଦି ସମସ୍ୟା ଦେଖା ଦେବା ବି ସାଧାରଣ କଥା।
ଆସନ୍ତୁ ପ୍ରଥମେ ଜାଣିବା ଫୁଡ ପଏଜନିଂର ଲକ୍ଷଣ କ’ଣ? ଏହାର ପ୍ରଥମ ଲକ୍ଷଣ ହେଲା ବାନ୍ତି ମାଡ଼ିବା ଓ ମୁଣ୍ଡ ବିନ୍ଧିବା। ଆଖି ସାମ୍ନାରେ ସବୁ ଅନ୍ଧାର ଭଳି ଦିଶିବା।
ତା’ପରେ ଆସନ୍ତୁ ଜାଣିବା କିଭଳି ଫୁଡ ପଏଜନିଂ ସମସ୍ୟାରୁ ନିଜକୁ ଦୂରେଇ ରଖିବା। ପ୍ରଥମ କଥା ହେଲା ଯଦି ବାହାରେ ଖାଉଛନ୍ତି , ତେବେ ପ୍ରଥମେ ଯାଞ୍ଚ କରି ନିଅନ୍ତୁ କି ସେହି ଜାଗା ସଫା ସୁତୁରା ଅଛି କି ନା । ଆଉ ଏକ ବଡ଼ କଥା ହେଲା ଖାଇବାପରେ ହାତକୁ ଭଲଭାବେ ଧୁଅନ୍ତୁ। ରୋଷେଇ ଘରେ କିଛି ବି ଖାଇବା ତିଆରି କରିବା ପୂର୍ବରୁ ଭଲ ଭାବେ ହାତ ଧୁଅନ୍ତୁ। ଏହା ଦ୍ୱାରା ବ୍ୟାକ୍ଟେରିଆ ଦୂରରେ ରହିବ। ଆପଣ ଯଦି ମାଂସାହାରୀ, ତେବେ କଞ୍ଚା ମାଂସକୁ ଛୁଇଁବା ପରେ ହାତକୁ ଭଲଭାବେ ଧୋଇ ଦିଅନ୍ତୁ।
ଯେଉଁ ପାତ୍ରରେ ଖାଉଛନ୍ତି, ତାହାକୁ ଭଲ ଭାବେ ଧୁଅନ୍ତୁ।

Advertisment

publive-image photo-mirror

ଯଦି ଫୁଡ ପଏଜନିଂର ଶିକାର ହୋଇଛନ୍ତି, ତେବେ ଅଳ୍ପ ଉଷୁମ ପାଣିରେ ଲେମ୍ବୁ, ଲୁଣ ଓ ଚିନି ମିଶାଇ ସରବତ ପିଇବା ଉଚିତ। କମ୍‌ ମାତ୍ରାରେ ଫୁଡ ପଏଜନିଂ ହୋଇଥିଲେ ତାହାର ସମାଧାନ ହୋଇଯିବ। ମାତ୍ର ଯଦି ସମସ୍ୟା ଗମ୍ଭୀର ରୂପ ନିଏ, ସେତେବେଳେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍‌।