ନବୀନ ପଟ୍ଟନାୟକ। ଭୋଟ୍ ରାଜନୀତିରେ ଅନତିକ୍ରମଣୀୟ... ଅପରାଜେୟ। ୨୫ ବର୍ଷର ରାଜନୈତିକ କ୍ୟାରିୟର୍ରେ ଏହା ବାରମ୍ବାର ପ୍ରମାଣିତ। ବିଧାନସଭା ହେଉ କି ଲୋକସଭା, ପଞ୍ଚାୟତ ହେଉ କି ପୌର। ସବୁଠି ନବୀନଙ୍କ ରଣନୀତି ସଫଳ। ନିଜ ଭାବମୂର୍ତ୍ତି ସହ ନିର୍ବାଚନ ପରିଚାଳନା ଅତ୍ୟନ୍ତ ନିଖୁଣ। ନବୀନଙ୍କ ରାଜନୈତିକ ବୟସ ଯେତିକି ବଢ଼ୁଛି... ଶାସନର ସମୟ ଯେତିକି ଲମ୍ବା ହେଉଛି, ଓଡ଼ିଶା ରାଜନୀତି ସେତିକି ଏକପାଖିଆ ହୋଇ ଚାଲିଛି। ନବୀନଙ୍କ ପାଖାପାଖି ବି ପହଞ୍ଚିପାରୁନାହାନ୍ତି ବିରୋଧୀ। ୨୦୨୨ରେ ପଞ୍ଚାୟତ ଓ ପୌର ନିର୍ବାଚନରେ ଆଶାତୀତ ସଫଳତା ପାଇଲେ ନବୀନ। ବ୍ରଜରାଜନଗର ଉପନିର୍ବାଚନରେ ବି ଏକପାଖିଆ ବିଜୟ। ଝଟ୍କା ଖାଇଲେ ଧାମନଗରରେ। କଣ୍ଟା ସାଜିଲେ ବିଦ୍ରୋହୀ ପ୍ରାର୍ଥୀ... ଜିତିପାରିଲେନି ବିଜେଡି ପ୍ରାର୍ଥୀ। ପଦ୍ମପୁରରେ ଏହାର କଡ଼ା ପ୍ରତିଶୋଧ ନେଲେ ନବୀନ। ନିଜେ ପ୍ରଚାରକୁ ଓହ୍ଲାଇ ବିଜେଡିକୁ ବଡ଼ ବିଜୟ ଦେଲେ। ନବୀନଙ୍କ ସାମ୍ନାରେ ବିରୋଧୀଙ୍କ ସବୁପ୍ରକାର ରଣନୀତି ଯେମିତି ନିଷ୍ପ୍ରଭ ହୋଇଯାଉଛି। ୨୨ ବର୍ଷର ଶାସନ ପରେ ସରକାରୀ ସପକ୍ଷ ହାୱା ବହୁଛି। ରାଜ୍ୟରେ ସରକାରୀ ବିରୋଧୀ ପ୍ରସଙ୍ଗ ଗଦା ହେଉଛି। ସରକାର ନିନ୍ଦିତ ହେଉଛନ୍ତି। ମନ୍ତ୍ରୀମାନେ ବଦନାମ ହେଉଛନ୍ତି। କିନ୍ତୁ ନବୀନ ସହିସଲାମତ। କିଛି ଅଭିଯୋଗର କଳା ଛିଟା ପଡ଼ୁନି ତାଙ୍କ ଧଳା ପାଇଜାମା ଉପରେ। ରାଜ୍ୟ ରାଜନୀତିରେ ଅନେକ ରେକର୍ଡର ଅଧିକାରୀ ହୋଇଚାଲିଛନ୍ତି।
୨୦୨୨ର ରାଜ୍ୟ ରାଜନୀତି ନବୀନଙ୍କ ସପକ୍ଷରେ ହିଁ ଥିଲା...
ପ୍ରସ୍ତୁତି: ଚୌଧୁରୀ ଅମିତାଭ ଦାସ, ବିଶ୍ବଜିତ ଦାଶ
ଅଳଙ୍କରଣ: ନିଶାନ୍ତ ପ୍ରିୟମ୍ବଦ ଦାସ, କାର୍ଟୁନ୍: ଦେବାଶିଷ ସିଂହ
ବିବାଦ ଭିତରେ ରହିଲା ଶ୍ରୀମନ୍ଦିର
/sambad/media/post_attachments/wp-content/uploads/2022/12/93-2.jpg)
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପି ଓ ବିେଜଡି ମଧ୍ୟରେ ବିବାଦ ଜୋର୍ ଧରିଥିଲା। ମାମଲା କୋର୍ଟରେ ବିଚରାଧୀନ ଥିବା ସତ୍ତ୍ବେ ଦୁଇ ଦଳ ପରସ୍ପର ଉପରେ ଆରୋପ ଓ ପ୍ରତ୍ୟାରୋପ କରିଚାଲିଥିଲେ। ଏପରିକି ଦୁଇ ଦଳର କଳି ରାଜ୍ୟ ବିଧାନସଭାରୁ ଆରମ୍ଭ ହୋଇ ସଂସଦ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ଶେଷରେ କୋର୍ଟଙ୍କ ରାୟ ରାଜ୍ୟ ସରକାରଙ୍କୁ ସୁହାଇଥିଲା। ଏହାପରେ ପରିକ୍ରମା ପ୍ରକଳ୍ପ କାମ ଜୋର୍ ଧରିଥିଲା। ହେଲେ ରତ୍ନଭଣ୍ଡାର ଖୋଲିବା ନେଇ ବର୍ଷତମାମ୍ ଚର୍ଚ୍ଚା ଚାଲିଥିଲେ ହେଁ ରାଜ୍ୟ ସରକାର ଏନେଇ ଥରୁଟିଏ ବି ମୁହଁ ଖୋଲିଲେନି। ବରଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଦୁଇ ଥର ଯାକ ଓଡ଼ିଶା ଗସ୍ତ ସମୟରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠାଇ ରତ୍ନଭଣ୍ଡାର ଚାବି ଭଳି ସରକାର ବି ଡୁପ୍ଲିକେଟ୍ ବୋଲି କହିଥିଲେ।
ଆଇଏଏସ୍ ବିେନାଦ କୁମାର ବହିଷ୍କୃତ
/sambad/media/post_attachments/wp-content/uploads/2022/12/94-1.jpg)
ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଏବଂ ଉନ୍ନୟନ ନିଗମ (ଓଏଚ୍ଆର୍ଡିସି)ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ୍ ଅଧିକାରୀ ବିନୋଦ କୁମାରଙ୍କ ନାଁରେ ଆସିଥିବା ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ତାଙ୍କୁ ୨୦୨୨ ଫେବ୍ରୁଆରିରେ ଚାକିରିରୁ ବହିଷ୍କାର କରିଥିଲେ। ଓଏଚ୍ଆର୍ଡିସିରେ ଶ୍ରୀ କୁମାର ତାଙ୍କ ପଦବିର ଅପବ୍ୟବହାର କରି ବିଭିନ୍ନ ନକଲି ଫାର୍ମ ଓ ବ୍ୟକ୍ତିଙ୍କୁ ବେଆଇନ ଭାବେ ଋଣ ମଞ୍ଜୁର କରିଥିବା ନେଇ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ କୋର୍ଟ ଏହି ମାମଲାରେ ବିନୋଦ କୁମାରଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡ ଦେଇଥିଲେ।
ବିଦା ହେଲେ ୪୦ ଲାଞ୍ଚୁଆ, ଅପାରଗ
ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବର୍ଷତମାମ କାର୍ଯ୍ୟାନୁଷ୍ଠାନ ଜାରି ରହିଥିଲା। କାହାକୁ ଚାକିରିରୁ ବହିଷ୍କାର କରାଯାଉଥିଲା ତ କାହାକୁ ବାଧ୍ୟତାମୂଳକ ଅବସର ଦିଆଯାଉଥିଲା। ପୁଣି ଚାକିରିରୁ ଅବସର ନେଇସାରିଥିବା ଦୁର୍ନୀଗ୍ରସ୍ତ ବାବୁଙ୍କ ପେନ୍ସନ୍ ବନ୍ଦ କରିଦିଆଯାଉଥିଲା। ବର୍ଷର ବିଭିନ୍ନ ସମୟରେ ପ୍ରାୟ ୪୦ ଜଣ ଅଧିକାରୀଙ୍କ ବିରୋଧରେ ଏମିତି ପଦକ୍ଷେପ ନିଆଯାଇଛି।
ଠିକା ନିଯୁକ୍ତି ଶେଷ
ଅକ୍ଟୋବର ୧୫, ୨୦୨୨ ଥିଲା ହଜାର ହଜାର ଠିକା ସରକାରୀ କର୍ମଚାରୀଙ୍କ ପାଇଁ ସ୍ମରଣୀୟ ଦିନ। ଏହିଦିନ ମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷର ଠିକା ନିଯୁକ୍ତି ବ୍ୟବସ୍ଥା ବନ୍ଦ କରିବା ନେଇ ଘୋଷଣା କରିବା ସହ ପ୍ରାୟ ୫୭ ହଜାର ଠିକା କର୍ମଚାରୀଙ୍କ ଚାକିରି ନିୟମିତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରଦିନ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହିପରି ବର୍ଷ ଶେଷକୁ ବସିଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହେଲା ଯେ, ଶତପ୍ରତିଶତ ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ, ମାଧ୍ୟମିକ ସ୍କୁଲ, ମଦ୍ରାସାର ଶିକ୍ଷକ ଓ କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ଆଧାରରେ ଦରମା ଦିଆଯିବ। ଏହି ଘୋଷଣା କରି ସରକାର ହଜାର ହଜାର ସରକାରୀ କର୍ମଚାରୀଙ୍କୁ ଆଉ ଏକ ଭେଟି ଦେଇଛନ୍ତି।
ହାଇେକାର୍ଟ ବେଞ୍ଚ ସ୍ଥାପନକୁ ନେଇ ତୁମୁଳକାଣ୍ଡ
Pragativadiପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଦୀର୍ଘ ବର୍ଷ ହେଲା ଆନ୍ଦୋଳନ ଜାରି ରହିଥିବାବେଳେ ଡିସେମ୍ବର ୧୨ରେ ଏହା ଉଗ୍ର ରୂପ ନେଇଥିଲା। ଓକିଲମାନେ ବେଞ୍ଚ ସ୍ଥାପନ ଦାବିରେ ସତ୍ୟାଗ୍ରହ ଡାକରା ଦେଇଥିବାବେଳେ ସମ୍ବଲପୁରରେ କୋର୍ଟ ପରିସରରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ଯାହାକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ସହ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିବାକୁ ବାର୍ କାଉନସିଲ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ବିଶୃଙ୍ଖଳା ସୃଷ୍ଟି କରିଥିବା ଓକିଲମାନଙ୍କୁ ଗିରଫ କରିବାକୁ ପୁଲିସ୍କୁ କହିଥିଲେ। ଏହି ଘଟଣାରେ ବହୁ ଓକିଲଙ୍କ ଲାଇସେନ୍ସ ରଦ୍ଦ ହୋଇଥିବାବେଳେ ଏବେ ସୁଦ୍ଧା ୩୦ଜଣ ଓକିଲଙ୍କୁ ମିଶାଇ ୩୯ଜଣଙ୍କୁ ପୁଲିସ ଗିରଫ କରିଛି। ଏହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଦାୟୀ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/95-2.jpg)