ତମନ୍ନା ଭାଟିଆଙ୍କ ଉପରକୁ ଜୋତା ଫିଙ୍ଗିଥିବା ଯୁବକ ଗିରଫ

ହାଇଦ୍ରାବାଦ: ବଲିଉଡ ଏବଂ ଦକ୍ଷୀଣ ଭାରତୀୟ ସିନେମାର ଲୋକପ୍ରିୟ ନାୟିକା ତମନ୍ନା ଭାଟିଆଙ୍କ ଉପରକୁ ଜଣେ ବ୍ୟକ୍ତି ଜୋତା ଫିଙ୍ଗିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଜୋତା ଫିଙ୍ଗିଥିବା ଲୋକକୁ ପୁଲିସ ଗିରଫ କରିଥିବା ଜଣାଯାଇଛି। । ପ୍ରାପ୍ତ ସୂଚନା ଅନୁଯାୟୀ ହାଇହ୍ରାବାଦର ହିମାୟତ ନଗରରେ ତମନ୍ନା ରବିବାରକୁ ଏକ ଜୁଏଲରୀ ଷ୍ଟୋର ଉଦଘାଟନ କରିବା ପାଇଁ ଯାଇଥିଲେ । ସେଠାରେ ତାଙ୍କୁ ଏହି ଅସହଜ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା । ନାରାୟଣଗୁଡା ପୋଲିସ ଥାନାର ଇନସ୍ପେକ୍ଟର ବି.ରବିନ୍ଦରଙ୍କ କହିବା ଅନୁସାରେ ସେହି ଷ୍ଟୋରର ଜଣେ ୩୧ ବର୍ଷୀୟ କର୍ମଚାରୀ ତମନ୍ନାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । ସେ ମିଡିଆକୁ କହିଛନ୍ତି ଯେ ତମନ୍ନା ଯେତେବେଳେ ଷ୍ଟୋରରୁ ବାହାରକୁ ଆସୁଥିଲେ, ସେତେବେଳେ ମୁଶିରାବାଦର ବିଟେକ ଗ୍ରାଜୁଏଟ କରୀମୁଲ୍ଲା ତାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । କିନ୍ତୁ ଏହା ତମନ୍ନାଙ୍କୁ ନବାଜି ଷ୍ଟୋରର ଜଣେ କର୍ମଚାରୀଙ୍କ ଦେହରେ ବାଜିଥିଲା । ଏହାପରେ ପୁଲିସ୍‌ କରୀମୁଲ୍ଲାଙ୍କୁ ଗିରଫ କରିଥିଲେ।

photo-youtube

ଇନସ୍ପେକ୍ଟରଙ୍କ କହିବା ଅନୁସାରେ ପଚରାଉଚରା ବେଳେ ଅଭିଯୁକ୍ତ ଜଣଙ୍କ କହିଥଲେ ଯେ, ନିକଟ ଅତୀତରେ ସିନେମାରେ ତମନ୍ନାଙ୍କ ଚରିତ୍ର ତାଙ୍କୁ ନିରାଶ କରିଥିଲା । ଯାହା ଫଳରେ ସେ ତମନ୍ନାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । ଯେଉଁ କର୍ମଚାରୀଙ୍କୁ ଜୋତା ବାଜିଥିଲା, ସେ ଏହି ସମ୍ବନ୍ଧିତ ଧାରା ଅନୁସାରେ ମାମଲା ରୁଜୁ କରିଛନ୍ତି । ତମନ୍ନା ଭାଟିଆ ଭାରତୀୟ ସିନେମା ଇତିହାସର ସବୁଠାରୁ ହିଟ ସିନେମା‘ବାହୁବଳୀର’ ଦୁଇଟି ଯାକ ଭାଗରେ ନଜର ଆସିଥିଲେ । ତମନ୍ନା ହିନ୍ଦୀ ସିନେମା ବ୍ୟତୀତ ତେଲଗୁ ଓ ତାମିଲ ସିନେମାରେ ମଧ୍ୟ କାମ କରୁଛନ୍ତି । ତମନ୍ନା ବର୍ତ୍ତମାନ ତାଙ୍କର ଆଗାମୀ ତେଲଗୁ ସିନେମା ‘ନା ନୁବେ’କୁ ନେଇ ବ୍ୟସ୍ତ ଅଛନ୍ତି ।

ସମ୍ବନ୍ଧିତ ଖବର