ଉନ୍ନୟନ କ୍ଷେତ୍ରରେ ଯୋଗାଦାନ ପାଇଁ ୪ ଜଣ ସମ୍ବର୍ଦ୍ଧିତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟି ପକ୍ଷରୁ ଗୁରୁବାର ଓ ଶୁକ୍ରବାର ଦିନ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ଳକ ଶିକ୍ଷା ଅଧିକାରୀ ସାନ୍ତନୁ କୁମ୍ଭକାର ସମ୍ମାନିତ କରାଯାଇଥିଲା । ଶୁକ୍ରବାର ଦିନ ବୀରମହାରାଜପୁର ଅଞ୍ଚଳର ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ତିନିଜଣ ଡାକ୍ତର ଯଥା ବୀରମହାରାଜପୁର ଉପଖଣ୍ଡ ଡ଼ାକ୍ତରଖାନାର ଭେଷଜ ବିଶେଷଜ୍ଞ ଡାକ୍ତର ଅମଳ ଲୋଚନ ବେହେରା, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରବୀନ୍ଦ୍ର କୁମାର ପଣ୍ଡା ଓ ମହାନଦୀ ନେତ୍ର ଚିକିତ୍ସାଳୟର ବରିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଦେବେନ୍ଦ୍ର କୁମାର ସାହୁଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ବସ୍‌ଷ୍ଟାଣ୍ଡ ଦୁର୍ଗା ପୂଜା କମିଟି ତରଫରୁ ମହିଳା ସଙ୍କିତ୍ତନ୍ୟ ପରିବେଷଣ କରାଯାଇଥିବାବେଳେ ରଥପୁର ଦୁର୍ଗା ପୁଜା କମିଟି ତରଫରୁ ଭଜନ ସନ୍ଧ୍ୟା ଓ ଚଣ୍ଡିପୁରାଣ ପାଠ କରାଯାଇଥିଲା। ସେହିପରି ତ୍ରିବେଣୀ ଛକ ନବ ନିର୍ମିତ ଦୁର୍ଗା ମନ୍ଦିରରେ ନବ ଦିନାତ୍ମକ ପୂଜାର ଅନ୍ତିମ ଦିବସରେ ଘଟ ବିସର୍ଜନ କରାଯାଇଥିଲା । କରୋନା କଟକଣା ଯୋଗୁଁ ଏବର୍ଷ ରାବଣ ପୋଡ଼ିକୁ ବାତିଲ କରାଯାଇଥିଲା। ସମସ୍ତ ଦୁର୍ଗା ପୂଜା କମିଟି ପକ୍ଷରୁ କରୋନା କଟକଣା ଭିତରେ ସମସ୍ତ ନିତି କାନ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର