ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗୀରରେ ପହଞ୍ଚିଲା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆମାନେ ଆଜି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ରେ ରାଜ୍ୟର ୪ଟି ପ୍ରମୁଖ ସ୍ଥାନରେ ପହଞ୍ଚିଛନ୍ତି । ସୂଚନା ଅନୁସାରେ ୪ ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ ଭଦ୍ରକ, ଖୋର୍ଦ୍ଧା, ବାଲେଶ୍ୱର ଓ ବଲାଙ୍ଗୀର ଷ୍ଟେସନରେ ଓହ୍ଲାଇଛନ୍ତି । ଆନ୍ଧ୍ରପ୍ରଦେଶର ଚିତ୍ତୋର ଷ୍ଟେସନରୁ ଆସିଥିବା ଟ୍ରେନ ଭଦ୍ରକ ଷ୍ଟେସନରେ ପହଞ୍ଚିଛି । ଆନ୍ଧ୍ର ପ୍ରଦେଶରୁ ଗୁଣ୍ଟୁର ଷ୍ଟେସନରୁ ଆସିଥିବା ଏକ ଟ୍ରେନ ବଲାଙ୍ଗୀରରେ ପହଞ୍ଚିଛି । ସେହିପରି ବାଲେଶ୍ୱର ଷ୍ଟେସନରେ ଗୁଜୁରାଟର ମୋର୍ବି ଠାରୁ ଆସିଥିବା ଟ୍ରେନରେ ପ୍ରବାସୀ ଓଡ଼ିଆମାନେ ଆସିଛନ୍ତି । ମୋର୍ବି ଠାରୁ ଆସିଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ୧୦୨୧ ଜଣ ପ୍ରବାସୀ ଫେରିଥିବା ଜଣାଯାଇଛି । ସେହିପରି ଗୁଜରାଟର ସୁରତରୁ ଆସିଥିବା ଏକ ଟ୍ରେନ ଖୋର୍ଦ୍ଧା ଷ୍ଟେସନରେ ପହଞ୍ଚିଛି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜର ଗୃହ ରାଜ୍ୟରେ ପହଞ୍ଚାଇବା ପାଇଁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ଏଯାଏଁ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ନିଜର ଗୃହ ରାଜ୍ୟକୁ ଫେରି ସାରିଛନ୍ତି ।

ସରକାର ପ୍ରବାସୀମାନଙ୍କୁ ରେଳ ଷ୍ଟେସନରୁ ବସ ଯୋଗେ ସେମାନଙ୍କର ଗୃହ ଜିଲ୍ଲାକୁ ନେବାର ବ୍ୟବସ୍ଥା କରିଛନ୍ତି । ପ୍ରବାସୀମାନେ ୨୮ ଦିନ ସଂଗରୋଧ କେନ୍ଦ୍ରରେ ରହିବେ । ଏଥିରୁ ୨୧ ଦିନ ସରକାରୀ ସଂଗରୋଧ କେନ୍ଦ୍ରରେ ଦିନ ବିତାଇବେ ।

ସମ୍ବନ୍ଧିତ ଖବର