ଶୁକ୍ରବାର ଦିନକୁ ସାଧାରଣତଃ ହନ୍ଦୁମାନେ ବିଶେଷ ଗୁରୁତ୍ୱ ଦେଇ ନଥାନ୍ତି। ତେବେ ଯେଉଁମାନେ ସନ୍ତୋଷୀ ମାତାଙ୍କର ବ୍ରତ କରନ୍ତି ସେମାନେ ଏହାର ମହତ୍ତ୍ୱ ବୁଝନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି କି ଶୁକ୍ରବାର ଦିନ ହିଁ ଧନବାନ୍‌ ଲୋକେ ମହାଲକ୍ଷ୍ମୀଙ୍କୁ ଗୁହାରି କରନ୍ତି ଯେ,ତାଙ୍କୁ ଧନଧାନ୍ୟରେ ପରିପୂର୍ଣ୍ଣ କରନ୍ତୁ। ଠିକ୍‌ ସେହିପରି ଦରିଦ୍ର ଲୋକ ମଧ୍ୟ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଲାଗି ଗୁହାରି କରିଥା’ନ୍ତି। ମାତା ଲକ୍ଷ୍ମୀଙ୍କ ‘ଶ୍ରୀ ସ୍ୱରୂପ’ର ଦର୍ଶନ ମାତ୍ରକେ ମନୁଷ୍ୟ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ।ଯେଉଁ ଘରେ ତାଙ୍କ ‘ଶ୍ରୀ ସ୍ୱରୂପ’ର ସ୍ଥାପନା ହୋଇଥାଏ,ସେହିଘରେ ଧନ,ବୈଭବ ଓ ଐଶ୍ୱର୍ଯ୍ୟ କେବେ ବି କମ୍‌ ହୋଇ ନ ଥାଏ। ଏଣୁ ମାତାଙ୍କର ‘ଶ୍ରୀ ସ୍ୱରୂପ’ସହିତ ତାଙ୍କ ପାଦୁକାର ସ୍ଥାପନ ମଧ୍ୟ ଘରେ ନିଶ୍ଚିତ ରୂପେ କରନ୍ତୁ। ଗୁପ୍ତ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ଅଜ୍ଞାତ ରାସ୍ତରେ ଗୁପ୍ତଧନ ଲାଭ କରିବାର ସୁଯୋଗ ଦେଇଥାଏ ଏହି ମାତାଙ୍କ ଚରଣ। ଏହା ମାଧ୍ୟମରେ ସ୍ୱୟଂ ମହାଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ କରିବେ।

Advertisment

publive-image

photo-youtube

ପୌରାଣିକ ମାନ୍ୟତା ଅନୁଯାୟୀ ଯେଉଁ ଗୃହରେ ଭଗବାନ ଶ୍ରୀ ବିଷ୍ଣୁଙ୍କର ପୂଜା ହୋଇଥାଏ,ସେଠାରେ ମହାଲକ୍ଷ୍ମୀ ଅଚଳା ହୋଇ ନିବାସ କରିଥା’ନ୍ତି। ଯେଉଁଠାରେ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା ହୋଇନଥାଏ,ସେଠାରେ ମହାଲକ୍ଷ୍ମୀ ଚଞ୍ଚଳା ହୋଇଥାଆନ୍ତି। ଏହା ଦ୍ୱାରା ମାତୋଲକ୍ଷ୍ମୀ ନିମ୍ନିତ ରୂପରେ ମନୁଷ୍ୟର ଗୃହସ୍ଥ ଜୀବନକୁ ସୁଖମୟ ଓ ବୈଭବମୟ କରିଥାନ୍ତି।ମାତା ମହାଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର ଏକତ୍ର ଆରଧନା ମଧ୍ୟ କରାଯିବ ସପକ୍ଷରେ ପୁରାଣରେ ବର୍ଣ୍ଣିତ ରହିଛି। ବିଷ୍ଣୁ-ଲକ୍ଷ୍ମୀ ଏକତ୍ର ଥିବା ଫଟୋ ବା ପ୍ରତିମାଙ୍କୁ ପୂଜା କରିଲେ,ପରିବାର ଥିବା ଦଂପତିଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ।