ଖୋଲା ଝରକା: ବୁଢ଼ିଆଣୀ ବିଷରୁ ହୃଦ୍‌ଘାତ ଚିକିତ୍ସା

ବିଶ୍ବର ସବୁଠୁ ମାରାତ୍ମକ ବୁଢ଼ିଆଣୀର ବିଷରୁ ହୃଦ୍‌ଘାତ ଚିକିତ୍ସା ହୋଇପାରିବ। ବୈଜ୍ଞାନିକ ସୂଚନା ଅନୁସାରେ, ଫନେଲ ୱେବ୍‌ ବୁଢ଼ିଆଣୀର ବିଷରେ ଏଭଳି ଅଣୁ ଚିହ୍ନଟ ହୋଇଛି ଯାହାକି ହୃଦ୍‌ଘାତକୁ ଭଲ କରିପାରିବ। କ୍ବିନ୍‌ଲ୍ୟାଣ୍ଡ୍‌ ୟୁନିଭର୍ସିଟିର ଡା.ନାଥନ, ପ୍ରଫେସର ଗ୍ଲେନ୍‌ କିଙ୍ଗ୍‌ ଓ ଭିକ୍ଟର ଚେଙ୍ଗ କାର୍ଡିଆନ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରଫେସର ପିଟର ମ୍ୟାକ୍‌ଡୋନାଲ୍ଡ ମିଳିତ ଭ‌ାବେ ଏହି ଆବିଷ୍କାର କରିଛନ୍ତି। ଡା.ନାଥନ କହିଛନ୍ତି, ବୁଢ଼ିଆଣୀ ବିଷରେ ଏଚ୍‌ଆଇ ୧ ଏ ନାମକ ଏକ ପ୍ରୋଟିନ୍‌ ରହିଛି। ଏହା ହୃତ୍‌ପିଣ୍ଡରୁ ନିର୍ଗତ ମୃତ୍ୟୁ ସଙ୍କେତକୁ ରୋକିବା କାମ କରେ । ଏହା ଦ୍ବାରା କୋଷିକା ନଷ୍ଟ ହେବାରୁ ରୋକା ଯାଇପାରିବ। ପ୍ରଫେସର ଗ୍ଲେନ୍‌ କିଙ୍ଗ୍‌ ପ୍ରଥମେ ଫନେ୍‌ଲ ୱେବ୍‌ ବୁଢ଼ିଆଣୀର ବିଷ‌େର ଏକ ପ୍ରୋଟିନ୍‌ ପାଇଲେ। ଗବେଷଣାରୁ ଜଣାପଡ଼ିଲା, ଏହା ବ୍ରେନ୍‌ ଷ୍ଟ୍ରୋକ୍‌ ପରେ ସହାୟକ ଅଟେ। ‌‌‌‌େଷ୍ଟ୍ରାକ୍‌ର ୮ ଘଣ୍ଟା ପରେ ରୋଗୀଙ୍କୁ ଏହି ପ୍ରୋଟିନ୍‌ ଦିଆଯାଇଥିଲା। ଏହା ମସ୍ତିଷ୍କରେ ହୋଇଥିବା କ୍ଷତିଗୁଡ଼ିକ ପୂରଣ କରେ ବୋଲି ଜଣାପଡ଼ିଲା। କାରଣ ମସ୍ତିଷ୍କ ଭଳି ହୃତ୍‌ପିଣ୍ଡ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଏହାର ରକ୍ତ ସଞ୍ଚାଳନରେ ଅନିୟମିତତା ଓ ଅମ୍ଳଜାନ ହ୍ରାସର ସିଧା ପ୍ରଭାବ ରୋଗୀ ଉପରେ ପଡ଼ିଥାଏ। ହୃଦ୍‌ଘାତ ସମୟରେ ରୋଗୀର ତତ୍‌କାଳ ଚିକିତ୍ସା ଆବଶ୍ୟକ ହୋଇଥାଏ।

କଥା ଫରୁଆ: ‘‘ମତେ ଯେତେ ମାଠିବୁ ମାଠ’’

ପୂରା ପଦଟି ହେଲା- ‘‘ମତେ ଯେତେ ମାଠିବୁ ମାଠ/ ମଁୁ ସେଇ ଦରପୋଡ଼ା କାଠ’’। ମାଠିବାର ଅର୍ଥ ସୁନ୍ଦର କରିବା। ହେଲେ ଅନେକ କଥା ଅଛି ତା’କୁ ଯେତେ ସୁନ୍ଦର କରିବାକୁ ଚାହିଁଲେ ବି ତାହା ଆଉ ସୁନ୍ଦର କରିହୁଏ ନାହିଁ। ସେ ଭିତରୁ ଗୋଟିଏ ହେଉଛି ଦରପୋଡ଼ା କାଠ ବା ଲିଭିଯାଇଥିବା ନିଆଁଖୁଣ୍ଟା। ଥରେ ଲିଭିଗଲେ ନା ତାହା ଆଲୋକ ଦିଏ ନା ଉତ୍ତାପ। କେବଳ କଳା ଓ ବିକୃତ ଦିଶେ ତା’ର ରୂପ। ସେଇଭଳି ଖରାପ ପ୍ରକୃତିର କେତେ ଲୋକ ଥାଆନ୍ତି ଯାହାଙ୍କୁ ସୁଧାରିବାକୁ ଯେତେ ଚେଷ୍ଟା କଲେ ବି ସେମାନେ ଆଉ ସୁଧୁରନ୍ତି ନାହିଁ। ସମସ୍ତ ଅନୁରୋଧ, ଉପଦେଶ ତା’ଙ୍କ ନିକଟରେ ବ୍ୟର୍ଥ ହୁଏ। ସେଇଥିପାଇଁ ବୋଧେ ସଂସ୍କୃତରେ କୁହାଯାଇଛି ଯେ ‘‘ପ୍ରକୃତି ନୈବ ମୁଚ୍ୟତେ, ୟଦି ମୁଚ୍ୟ‌େତ ଶନୈଃ ଶନୈଃ। ଅର୍ଥାତ୍‌ ମଣିଷ ପ୍ରକୃତି ଭଲ ବା ମନ୍ଦ, ତାହାକୁ ବଦଳାଇବା ସହଜ ନୁହେଁ। ଯଦି ବା ବଦଳେ ତାହା ଖୁବ୍‌ ଧୀରେ ଧୀରେ। ଅତଏବ ଯେତେ ଯାହା କଲେ ବି ‌େଯତେବେଳେ ଜଣଙ୍କର ଖରାପ ପ୍ରକୃତି ବଦଳେ ନାହିଁ, ତା’କୁ ଉଦ୍ଦେଶ୍ୟ କରି କୁହାଯାଏ- ‘‘ମତେ ଯେତେ ମାଠିବୁ ମାଠ/ ମଁୁ ସେଇ ଦରପୋଡ଼ା କାଠ’’।

ଶବ୍ଦତୋଡ଼ା: ପୋଥି ପୁରାଣ

Justina Blakeney | blog – Jungalow

ତାଳପତ୍ରରେ ଲିଖନ ସାହାଯ୍ୟରେ ଲିଖିତ ପତ୍ରସମୂହର ବନ୍ଧା ରୂପକୁ ଆମେ କହୁ ପୋଥି। ପୋଥି କହିଲେ ଆମେ କେତେଗୋଟି ‌ମୌଳିକ କଥାକୁ ବୁଝୁ। ଶୁଖିଲା ତାଳପତ୍ରରେ ଲିଖନରେ ଲିଖିତ ରୂପ। ସେ ସବୁ ବନ୍ଧା ହେବା ଦରକାର। ମଜା କଥା ହେଲା ମୁଖ୍ୟତଃ ପୋଥିଗୁଡ଼ିକୁ ବାନ୍ଧିବା ଲାଗି ମଝିରେ କଣା କରି ଡୋର ସାହାଯ୍ୟରେ ସେ ସବୁ ବନ୍ଧାଯାଇଥାଏ। ସେପରି କରିବାର ମୂଳ ଉଦ୍ଦେଶ୍ୟ ହେଲା ପତ୍ର ପରେ ପତ୍ର ଓଲଟେଇ ସହଜରେ ପଢ଼ାଯାଇ ପାରିବ। ପୋଥିରେ ଯେ କେବଳ ଗୀତ, ଶ୍ଲୋକ, କାବ୍ୟ, ପୁରାଣ ଲିଖିତ ହୁଏ ତାହା ନୁହେଁ। ଆୟ ବ୍ୟୟର ହିସାବଠାରୁ ଆରମ୍ଭ କରି ଯେତେ ସବୁ ଶାସ୍ତ୍ର, ନୀତିକଥା, ଇତିହାସ ସମସ୍ତ କଥା ପୋଥିରେ ହିଁ ଆଗରୁ ଲିପିବଦ୍ଧ ହୋଇ ରହୁଥିଲା। ପୁରାତନରୁ ଆସିଛି ପୁରୁଣା ବା ପୁରାଣ। ଏଥିରେ ଅତୀତର ନାନା ଧାର୍ମିକ ବିଷୟ ଓ କାହାଣୀ ଲିପିବଦ୍ଧ ହୋଇଥାଏ। ଅ‌ାମ ଓଡ଼ିଆ ଭାଷାରେ ଅଛି ୧୮ ଖଣ୍ଡ ପୁରାଣ। ସେ ଭିତରୁ ଭାଗବତ ମହାପୁରାଣ। ପୁରାଣଗୁଡ଼ିକ ଆଗରୁ ପୋଥିରେ ହିଁ ଲେଖା ଯାଇଥିଲା। ସେଥିପାଇଁ କଥା ରହିଯାଇଛି- ପୋଥି ପୁରାଣ।

ସମ୍ବନ୍ଧିତ ଖବର