ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ପୁଲିସ ପକ୍ଷରୁ ଗତ କାଲି ପାହାନ୍ତିଆରେ ଏକ ଟ୍ରକରୁ ବିପୁଳ ପରିମାଣରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ସହ ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ପୁଲିସ ପକ୍ଷରୁ ଗତ ୧୧ ତାରିଖ ରାତିରେ ଲମତାପୁଟରୁ ସେମିଳିଗୁଡା ଅଭିମୁଖେ ଭାୟା ହାଣ୍ଡିପୁଟ ଦେଇ ଯାଉଥିବା ଟ୍ରକକୁ ହାଣ୍ଡିପୁଟ ଛକ ନିକଟରେ ଅଟକାଯାଇଥିଲା। ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ଓଆର ୦୯ ଏଲ ୦୭୦୬ବୋଲି ଜଣା ପଡ଼ିଛି। ତେବେ ଟ୍ରକକୁ ଅଟକାଯିବା ପରେ ଟ୍ରକ ପଛ ପଟେ ଗଞ୍ଜେଇ ଭର୍ତ୍ତି ଥିବା ଜଣା ପଡିଥିଲା। ସଙ୍ଗେ ସଙ୍ଗେ ଟ୍ରକ ଚାଳକକୁ ଅଟକ ରଖିବା ସହ ଟ୍ରକକୁ ପାଡୁଆ ଥାନାକୁ ନିଆଯାଇଥିଲା।
/sambad/media/post_attachments/wp-content/uploads/2020/11/t-154.jpg)
ଜବତ ଗଞ୍ଜେଇକୁ ଓଜନ କରାଯାଇଥିବା ବେଳେ ତାହା ୨୪୯ କେଜି ବୋଲି ଜଣା ପଡିଥିଲା। ନନ୍ଦପୁର ତହସିଲଦାର ନରସିଂହ ଗାଦବା ଏବଂ ଏସଡ଼ିପି ଓ ସଞ୍ଜୟ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ରାଉରକେଲାର ଅଶ୍ୱିନୀ ମାହତୋକୁ ଗିରଫ କରାଯାଇଥିଲା। ପାଡୁଆ ଥାନା ଅଧିକାରୀ ସରୋଜ କୁମାର ମଲ୍ଲିକ, ଏସଆଇ ଶୁକ୍ରା ମାଢି ଏବଂ ଥାନା କର୍ମଚାରୀ ଚଢ଼ାଉରେ ସାମିଲ ଥିବା ବେଳେ ପାଡୁଆ ଥାନାରେ କେସ ନମ୍ବର ୮୬/୨୦୨୦ ରୁଜୁ କରାଯାଇଛି। ଏ ନେଇ ଘଟଣାର ତଦନ୍ତ କରୁଥିବା ନନ୍ଦପୁର ଏସଡ଼ିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେବା ସହ ଚୋରା ଗଞ୍ଜେଇ ଲମତାପୁଟ ଅଞ୍ଚଳରୁ ରାଉରକେଲା ଯାଉଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-153.jpg)