ଭୁବନେଶ୍ବର: ଏସଟିଏଫ୍ ହାତରେ ଗଞ୍ଜେଇ ଚୋରାଚାଲାଣକାରୀ। ଚୋରାଚାଲାଣକାରୀଙ୍କଠାରୁ ୫୮ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏହି ମାମଲାରେ୨ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ପିଠାଖାଇ ଗାଁ ନିକଟରେ ଚାଲାଣ ବେଳେ ଗଞ୍ଜେଇ ଚୋରାଚାଲାଣକାରୀ ଏସଟିଏଫ୍ ଟିମ୍ ମାଡିବସିଥିଲା। ଜବତ ଗଞ୍ଜେଇର ମୂଲ୍ୟ କୋଟିଏ ଟଙ୍କା ହେବାର ଅନୁମାନ କରାଯାଉଛି।
ଗିରଫ ଅଭିଯୁକ୍ତ ଦୁଇଜଣକ ହେଲେ ପ୍ରମୋଦ କୁମାର ସାହୁ ଓ ଦାଶରଥୀ ଲେଙ୍କା। ଗତ ଏକ ବର୍ଷ ଭିତରେ ଏସଟିଏଫ୍ ୫୦ କେଜି ବ୍ରାଉନସୁଗାର,୯୧ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯିବା ସହ ୧୩୫ ଜଣଙ୍କୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/1b5557f0-ce0c-496a-930e-888830e2e4f8.jpg)