ଗଞ୍ଜେଇ ଜବତ, ଜଣେ ଗିରଫ 

ସୋନପୁର : ସୋନପୁର ଅବାକରୀ ବିଭାଗ ସୋମବାର ୫ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ସୌରୀବେଙ୍ଗେସ ଗ୍ରାମର ଲକ୍ଷ୍ମୀପ୍ରସାଦ ନାଗ(୨୯) ବୋଲି ଜଣାପଡ଼ିଛି। ଅବାକରୀ ବିଭାଗ ସୂଚନାନୁସାରେ, ଲକ୍ଷ୍ମୀପ୍ରସାଦ ମନମୁଣ୍ଡା ପଟୁ ଏକ ବା‌ଇକ୍‌ରେ ଗଞ୍ଜେଇ ଧରି ସୋନପୁର ଦେଇ ସମ୍ବଲପୁର ଯାଉଥିବା ବେଳେ ଅବକାରୀ ଟିମ ସୋନପୁର ବୁଢ଼ାରାଜା ଛକରେ ତାକୁ ଧରିଥିଲା। ଯାଞ୍ଚ ବେଳେ ବାଇକରେ ଥିବା ଏକ ବ୍ୟାଗରୁ ୫ କେଜି ଗଞ୍ଜେଇ ବାହାରିଥିଲା। ଫଳରେ ତାକୁ ଗିରଫ କରି କୋର୍ଟଚାଲାଣ କରିବା ସହ ବ୍ୟବହୃତ ବାଇକକୁ ଜବତ କରାଯାଇଥିବା ଅବାକରୀ ଇନ୍‌ସପେକ୍ଟର ରାଧାକାନ୍ତ ଭୋଇ ସୂଚନା ଦେଇଛନ୍ତି। ଚଢ଼ଉରେ ବିଭାଗୀୟ ଏସ୍‌ଆଇ ସୁଧୀର ମିଶ୍ର, ଏଏସ୍‌ଆଇ କୀର୍ତ୍ତନ ନାଏକ, ପିଣ୍ଟୁ ସାହୁ, ପୃଥ୍ବୀରାଜ କଅଁର ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର