ପ୍ରେମ ହେଲା କାଳ: ଯୁବତୀଙ୍କୁ ଜିଅନ୍ତା ଜାଳିଲା ପ୍ରେମିକ, ଚିକିତ୍ସାଧୀନ ଅବସ୍ଥାରେ ଏମକେସିଜି ହସ୍ପିଟାଲରେ ଯୁବତୀଙ୍କର ମୃତ୍ୟୁ

ଗଞ୍ଜାମ: ଯୁବତୀଙ୍କ ପୋଡ଼ି ମାରିଦେଲା ଯୁବକ । ଗଞ୍ଜାମର ପୋଲସରା ଅଞ୍ଚଳରୁ ଆସିଛି ଏଭଳି ବିଭତ୍ସ ଖବର । ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି ।

ଅଭିଯୋଗ ଅନୁସାରେ, ପ୍ରତାପପୁର ଗାଁରେ କୃଷ୍ଣଚନ୍ଦ୍ର ସାହୁ ପୋଲସରା ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । କୃଷ୍ଣଚନ୍ଦ୍ର କଥା ହେବା ବାହାନାରେ ଯୁବତୀଙ୍କୁ ଏକ ପରିତ୍ୟକ୍ତ ଘର ନିକଟକୁ ଡାକିଥିଲେ ।

ସେଠାରେ ପେଟ୍ରୋଲ ଢାଳି ଯୁବତୀଙ୍କୁ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା ପ୍ରେମିକ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପୁରୁଷୋତମପୁର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା । ହେଲେ ତାଙ୍କୁ ଡାକ୍ତର ବଞ୍ଚାଇ ପାରିନଥିଲେ | ତେବେ ମୃତ୍ୟୁ ପୂର୍ବରୁ ମେଡିକାଲରେ ଯୁବତୀର ଶେଷ ବୟାନ ରେକର୍ଡ କରିଛି ପୁଲିସ । ପରେ ମୋବାଇଲ ନମ୍ବରକୁ ଟ୍ରାକ କରି କେଶପୁର ଛକରୁ ଅଭିଯୁକ୍ତ ପ୍ରେମିକକୁ ଧରିଛି ପୁରୁଷୋତମପୁର ପୁଲିସ ।

ସମ୍ବନ୍ଧିତ ଖବର