ନିଶା ଛାଡ଼ିବାକୁ ଚାହାଁନ୍ତି କି ? କରନ୍ତୁ ଏହି ଉପାୟ

ଆଜିର ସମାଜରେ ନିଶା ଏକ ମହାବ୍ୟାଧି ରୂପେ ବ୍ୟାପ୍ତ ହୋଇଛି । ଧୂମପାନ, ମଦ୍ୟପାନ ଠୁଁ ଆରମ୍ଭ କରି ହେରୋଇନ୍‌ ଓ ବ୍ରାଉନ୍‌ସୁଗାର ନିଶାରେ ଆଜି ବି ଅନେକ ଲୋକ ନିଶାସକ୍ତ । ସମାଜରେ ଯଦି କେହି ସବୁଠୁୁଁ ବେଶୀ କ୍ଷତିସାଧନ କରୁଥାଏ, ତେବେ ତାହା ହେଉଛି ନିଶା । ଏହା ମାନସିକ ଓ ଶାରୀରିକ ଉଭୟ କ୍ଷତି ସାଧନ କରିଥାଏ । ନିଶା ଏଭଳି ଏକ ପଦାର୍ଥ, ଯାହାକୁ ଆବଶ୍ୟକତାଠୁ ଅଧିକ ପରିମାଣରେ ଗ୍ରହଣ କରିଲେ, ଆମ ଶରୀରର ଭିତର ଅଂଶ ସଂପୂର୍ଣ୍ଣ ଶୂନ୍ୟ ହୋଇ ଯାଇଥାଏ । ଏମିତି କହିବାକୁ ଗଲେ ଅଳ୍ପ ମାତ୍ରାରେ ନିଶା ସେବନ କରିବା ବି କ୍ଷତିକାରକ । କିନ୍ତୁ ମାତ୍ରାଧିକ ନିଶା ସେବନ ଦ୍ୱାରା ଶରୀରରେ ନକାରାତ୍ମକ ପ୍ରଭାବ ବହୁଗୁଣିତ ହୋଇଥାଏ ।
କିଛି ଲୋକ ନିଶା ସେବନରୁ ମୁକ୍ତ ହେବାକୁ ଚାହାଁନ୍ତି, ମାତ୍ର ଉପଯୁକ୍ତ ଉପାୟ ପାଇ ନଥାନ୍ତି । ଆମେ ଆପଣଙ୍କୁ ନିଶା ତ୍ୟାଗ କରିବାରୁ ଏକ ସହଜ ଉପାୟ ବତାଉଛୁ । ଏହା ଦ୍ୱାରା ସହଜରେ ନିଶା ସେବନରୁ ଦୂରେଇ ହେବ । ମଦ, ଗୁଟ୍‌ଖା, ତମ୍ବାଖୁ ଆଦି ନିଶାରୁ ଏହା ରକ୍ଷା କରିବାରେ ସହାୟକ ହେବ । ଏଥିପାଇଁ ଏକ ଔଷଧ ପ୍ରସ୍ତୁତ କରିବାକୁ ପଡ଼ିବ ।

photo-medicalnewstoday

ପ୍ରଥମେ ଅଦାକୁ ଛୋଟ ଛୋଟ ଖଣ୍ଡ କରି ରଖନ୍ତୁ । ସେଥିରେ ସୈନ୍ଧବ ଲବଣ ମିଶାଇ ସେଥିରୁ ଲେମ୍ବୁ ରସ ଚିପୁଡନ୍ତୁ । ଏହା ଖଣ୍ଡଗୁଡିକୁ ଭଲ ଭାବେ ମିଶାଇ ଖରାରେ ଶୁଖାନ୍ତୁ । ଭଲ ଭାବେ ଶୁଖିଯିବା ପରେ ତା’କୁ ଏକ ଡବାରେ ଭର୍ତ୍ତି କରି ରଖନ୍ତୁ । ଏବେ ନିଶା ଛଡାଇବାର ଔଷଧ ପ୍ରସ୍ତୁତ ହୋଇଗଲା ।
ଯେତେବେଳେ ଧୂମପାନ ବା ତୁମ୍ବାଖୁ ସେବନର ଇଚ୍ଛା ହେବ, ସେତେବେଳେ ଏହି ଔଷଧର ଗୋଟିଏ ଖଣ୍ଡ ବାହାର କରି ଦୀର୍ଘ ସମୟ ଧରି ପାଟିରେ ପକାଇ ରଖନ୍ତୁ । ଏଥିରେ ସଲଫର୍‌ ଥିବା ହେତୁୂ ଆପଣଙ୍କର ନିଶା ସେବନର ଇଚ୍ଛାକୁ ତାହା କ୍ରମଶଃ ହ୍ରାସ କରାଇବ । ଏଭଳି ସହଜ ଉପାୟରେ ନିଶା ଛାଡ଼ି ପାରିବେ ।

ସମ୍ବନ୍ଧିତ ଖବର