ନେପାଳ ମେୟରଙ୍କ ନିଖୋଜ ଝିଅଙ୍କୁ ଖୋଜି ପାଇଲା ପୁଲିସ

ନୂଆଦିଲ୍ଲୀ: ନେପାଳର ଧନଗଢ଼ି ସହରର ମେୟରଙ୍କ ବଡ଼ଝିଅ ଗୋଆରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ। ମେୟର ବାପା ଏନେଇ ଥାନାରେ ଅଭି‌ଯୋଗ କରିବା ପରେ ଗୋଆ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଝିଅ ନିଖୋଜ ହେବାର ଦୁଇଦିନ ମଧ୍ୟରେ ଗୋଆ ପୁଲିସ ଆରତୀ ହମାଲଙ୍କୁ ଗୋଆର ଚୋପଡେମ ଗ୍ରାମସ୍ଥିତ ହୋଟେଲରେ ଖୋଜି ପାଇଛି। ଏହି ସମୟରେ ଆରତୀଙ୍କ ସହିତ ହୋଟେଲରେ ତାଙ୍କର ଦୁଇଜଣ ସାଥୀ ବି ଥିଲେ ଆରତୀଙ୍କୁ ଖୋଜି ପାଇବା ପରେ ତାଙ୍କର ବୟାନ ଅପେକ୍ଷାରେ ରହିଛି ପୁଲିସ।

ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଠାରୁ ମେୟରଙ୍କ ୩୩ବର୍ଷୀୟ ଝିଅ ଆରତୀ ହମାଲ ନିଖୋଜ ହୋଇଯାଇଥିଲେ।  ଆରତୀ ନିଖୋଜ ହେବା ନେଇ ଓସୋ ମେଡିଟେସନ ସେଣ୍ଟର ପକ୍ଷରୁ ତାଙ୍କ ପରିବାରକୁ ଅବଗତ କରାଯାଇଥିଲା।

କାରଣ ଗତକିଛି ମାସ ହେବ  ଆରତୀ ଓସୋ ମେଡିଟେସନ ସେଣ୍ଟରରେ ଆସି ରହୁଥିଲେ। ଗତସୋମବାର ରାତିରୁ ତାଙ୍କୁ ଆଉ କେହି ଦେଖିବାକୁ ପାଇ ନଥିଲେ। ଫୋନ ବି ସାଙ୍ଗରେ ନେଇ ନଥିବାରୁ ତାଙ୍କୁ ଟ୍ରାକ କରି ହୋଇ ନଥିଲା।

ଏହାପରେ  ଆରତୀଙ୍କ ପରିବାରଲୋକଙ୍କୁ ଏସମ୍ପର୍କରେ ସୂଚନା ଦିଆଯାଇଥିଲା। ଆରତୀଙ୍କ ବାପା ଥାନାରେ ଝିଅ ନିଖୋଜ ମାମଲା ରୁଜୁ କରିଥିଲେ। ଏଥିସହିତ  ସୋସିଆଲ ମିଡିଆରେ ମୋବାଇଲ ନମ୍ବର  ୯୭୯୪୦୯୬୦୧୪/ ୮୨୭୩୫୩୮୧୩୨/ ୯୩୮୯୬୦୭୯୫୩ ସେୟାର କରି ଆରତୀଙ୍କୁ ଖୋଜି ଆଣିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ ।

ସମ୍ବନ୍ଧିତ ଖବର