କେଉଁ କେଉଁ ଏଣ୍ଡ୍ରଏଡ୍ ଆପ୍ ବ୍ୟବହାର କଲେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଆଶଙ୍କା ରହିଛି ତାହା ଏବେ ଗୁଗୁଲ ଜଣାଇଦେବ । ଏଥିଲାଗି ଗୁଗୁଲ ପ୍ଲେ ଷ୍ଟୋରର ନୂଆ ଅପଡେଟ୍ରେ ଏକ ଅନଓ୍ଵାଣ୍ଟେଡ୍ ବା ଅବାଞ୍ଛିତ ସଫ୍ଟଓ୍ଵାର ନୀତି ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ଅବାଞ୍ଛିତ ଓ ବିପଦର ଆଶଙ୍କା ଥିବା ଆପ୍ ଗୁଡ଼ିକୁ ଦୂରେଇ ହେବ । ଆସନ୍ତା ଦୁଇ ମାସ ମଧ୍ୟରେ ଗୁଗୁଲ ପକ୍ଷରୁ ଏହି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯିବ । ଏହା ପରେ ଗୁଗୁଲ ସେଫ ବ୍ରାଉଜିଂ ଟୁଲ୍ ୟୁଜରମାନଙ୍କୁ କେଉଁ କେଉଁ ଆପ୍ ବ୍ୟକ୍ତିଗତ ଡାଟା ବା ତଥ୍ୟ ସଂଗ୍ରହ କରୁଛନ୍ତି ସେ ସମ୍ପର୍କରେ ଚେତାଇ ଦେବ ।
ଗୁଗୁଲର ଅନଓ୍ଵାଣ୍ଟେଡ୍ ସଫ୍ଟଓ୍ଵାର ନୀତି ଅନୁସାରେ ଆପ୍ଗୁଡିକ ସହଜରେ ଇନଷ୍ଟଲ୍ କରିହେଉଥିବ ଏବଂ ଏହା କେଉଁ କାମ କରିବ ତାହା ସରଳଭାବେ ଜଣାଇଦେବ । ଇନଷ୍ଟଲେସନ ବେଳେ ଆପ୍ଟି ଫୋନର ସେଟିଂରେ କି କି ପରିବର୍ତ୍ତନ କରିବ ତାହା ୟୁଜରଙ୍କୁ ସ୍ପଷ୍ଟଭାବେ ଜଣାଇଦେବା ଉଚିତ ଓ ଏଥିଲାଗି ୟୁଜରଙ୍କ ଅନୁମତି ନେବା ଉଚିତ ।
ଏଣ୍ଡ୍ରଏଡ୍ ଆପଗୁଡିକ ଯେଉଁ କାମ ପାଇଁ ଇନଷ୍ଟଲ କରାଯାଇଛି କେବଳ ସେହି କାମ ହିଁ କରିବା ଆବଶ୍ୟକ ଓ ତାହା ୟୁଜରଙ୍କ ଉପକାରରେ ଲାଗୁଥିବ । ପୁଣି ଏହାକୁ ୟୁଜର ଚାହିଁଲେ ଅନ-ଇନଷ୍ଟଲ କରିପାରୁଥିବେ । ଆପ୍ଟି ଯଦି ୟୁଜରଙ୍କ କୌଣସି ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରିବାକୁ ଚାହୁଁଥିବ ବା ଏହା କରିବାର ଆବଶ୍ୟକତା ଥିବ ସେ ସମ୍ପର୍କରେ ୟୁଜରଙ୍କ ଅନୁମତି ନିଆଯିବା ଆବଶ୍ୟକ । ପୁଣି ଏସବୁ ଆପ୍ ଯେ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରିବା ପୂର୍ବରୁ ସେ ସଂପର୍କରେ ୟୁଜରଙ୍କୁ ସତର୍କ କରାଇଦେବେ । ପୁଣି କେଉଁ ଡାଟା ବ୍ୟବହାର କରାଯାଉଛି ତାହା ମଧ୍ୟ ଜଣାଇଦେବେ ।