ଆଜି ଜମ୍ମୁ-କଶ୍ମୀରରେ ଖୋଲିବ ସରକାରୀ ଅଫିସ୍, ଫୋନ୍ ସେବା ସଚଳ କରିବା ପାଇଁ ଖୁବ୍ ଶୀଘ୍ର ନିଆଯି ବ ବ ନିଷ୍ପତ୍ତି

ଆଜି ସୁପ୍ରିମକୋର୍ଟରେ ଅନୁଚ୍ଛେଦ ୩୭୦ ହଟାଇବା ନେଇ ପୁଣି ଶୁଣାଣି ହେବ

ଧୀରେ ଧୀରେ ଜମ୍ମୁ-କଶ୍ମୀର ସ୍ଥିତିରେ ଆସୁଛି ସୁଧାର । ଆଜି ଜମ୍ମୁ-କଶ୍ମୀରରେ ଖୋଲିବ ସରକାରୀ ଅଫିସ୍ । ଗତକାଲି ରାଜ୍ୟପାଳ ସତ୍ୟପାଲ ମଲିକ୍ ସୁରକ୍ଷା ସ୍ଥିତି ନେଇ ସମୀକ୍ଷା କରିବା ପରେ ସରକାରୀ ଅଫିସ୍ ଏବଂ ଅନ୍ୟ କାର୍ଯ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଶୁକ୍ରବାର ଥିବାରୁ ନମାଜ ପାଠ ପରେ ସ୍ଥିତି ଅନୁଧ୍ୟାନ କରାଯାଇ ସାଧାରଣ ଲୋକଙ୍କ ଉପରେ ଥିବା କଟକଣା ଆସ୍ତେ ଆସ୍ତେ ହଟାଯିବ ବୋଲି ଜଣାପଡ଼ିଛି ।

ଫୋନ୍ ସେବା ସଚଳ କରିବା ପାଇଁ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସୁଚନା ମିଳିଛି । ଜମ୍ମୁ-କଶ୍ମୀରରେ ଏବେ ଫୋନ ସେବା ପୁରା ପୁରି ବନ୍ଦ ଥିବା ବେଳେ ଏହାକୁ ପୁଣି ଥରେ ଚାଲୁ କାରିବା ପାଇଁ ଆଜି ନିଷ୍ପତ୍ତି ନିଆଯିବ । ସୁରକ୍ଷା ସ୍ଥିତି ନେଇ ଆଜି ସଂଧ୍ୟାରେ ବୈଠକ ବସିବାର ରହିଛି । ଧାରା ୩୭୦ ଉଚ୍ଛେଦ ପରେ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଯାଇଛି । ଏବେ ବି ଘାଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି ରହିଛି । ସୁଚନା ଅନୁସାରେ ଲଗାତର ୫ଦିନ ହେଲା ଘାଟିରେ କୌଣସି ହିଂସାକାଣ୍ଡ ହୋଇନଥିବା କୁହାଯାଉଛି ।

photo-hindustantimes

ସେପଟେ ଆଜି ସୁପ୍ରିମକୋର୍ଟରେ ଅନୁଚ୍ଛେଦ ୩୭୦ ହଟାଇବା ନେଇ ପୁଣି ଶୁଣାଣି ହେବ । ସର୍ବୋଚ୍ଚ ନ୍ୟାୟାଳୟ ଆଜି ଦୁଇଟି ଆବେଦନ ଉପରେ ଶୁଣାଣି କରିବେ । ପ୍ରଥମ ଆବେଦନରେ ୩୭୦ ଉଚ୍ଛେଦକୁ ବିରୋଧ କରାଯାଇଛି । ଦ୍ୱିତୀୟ ଆବେଦନରେ କଶ୍ମୀରରେ ସାମ୍ବାଦିକଙ୍କ ଉପରେ ଲାଗିଥିବା ସରକାରୀ କଟକଣାକୁ ହଟାଇବାକୁ କୁହାଯାଇଛି । ପ୍ରଥମ ଆବେଦନରେ କୁହାଯାଇଛି, ସରକାର ୩୭୦କୁ ହଟାଇ ମନମାନି କରିଛନ୍ତି । ରାଷ୍ଟ୍ରପତିଙ୍କ ଆଦେଶ ଅସାମ୍ବିଧାନିକ । ଗତ ସପ୍ତାହରେ ବି ଏ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ ଏ ବାବଦରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ ।

ସମ୍ବନ୍ଧିତ ଖବର